Pratidin TV

Odisha's Digital News Platform

ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁ ବଦଳାଇବା ପଛର କାରଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁ ବଦଳାଇବା ପଛର କାରଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ ଏହା କେବଳ ନିର୍ବାଚନ ପାଇଁ ହୋଇଥିଲା । ଆମ ଓଡିଶା ନବୀନ ଓଡିଶା ଯୋଜନା ନିର୍ବାଚନରେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ କରାଯାଇଥିଲା ।

ସେତେବେଳେ ବଜେଟ୍‌ରେ ଏ ଯୋଜନା ନଥିଲା । କିନ୍ତୁ ଆମେ ଯୋଜନା ବଦଳାଇ ସ୍ୱତନ୍ତ୍ରଣା ଆଣିଛୁ ଆଉ ବଜେଟ୍ ରେ ସ୍ଥାନ ଦେଇଛୁ । ଆମେ ଏହାକୁ ‘ବିକଶିତ ଗାଁ ବିକଶିତ ଓଡିଶା’ ଦେଇଛୁ । ଆଉ ପ୍ରତିବର୍ଷ ଏହା ବଜେଟ୍‌ରେ ରହିବ ପୁରା ଓଡିଶାର ବିକାଶ କରିବ । କେଉଁଠି କେଉଁ ଗାଁ ବିକାଶ ଦିଗରେ ଯାଇ ପାରୁନି ତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବ ଏହି ନୂଆ ଯୋଜନା ।

Leave a Reply

Your email address will not be published. Required fields are marked *