Pratidin TV

Odisha's Digital News Platform

କାହିଁକି ମୋଦିଙ୍କ ନାମାଙ୍କନ ଦାଖଲ ସମୟରେ ଯୋଗ ଦେଲେନି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

1 min read

ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ପାଇଁ ଆଜି ବାରଣାସୀରୁ ତୃତୀୟ ଥର ପାଇଁ ମୋଦି ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନ ପାଇଁ ୪ ଜଣ ପ୍ରସ୍ତାବକ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ, ବୈଜନାଥ ପଟେଲ, ଲାଲଚାନ୍ଦ କୁଶୱା ଏବଂ ସଞ୍ଜୟ ସୋନକର ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ତେବେ ନାମାଙ୍କନ ଦାଖଲ ସମୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୋଦିଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିଥାନ୍ତେ | କିନ୍ତୁ ନାମାଙ୍କନ ପତ୍ର ଦାଖଲ କିଛି ସମୟ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନ ପତ୍ରରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଆସିଥିଲା | କିଛି ଦିନ ପୂର୍ବରୁ ନୀତିଶ କୁମାର ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ପାଟନାରେ ରୋଡ୍ ସୋ କରିଥିଲେ। କିନ୍ତୁ କାହିଁକି ସେ ଏବେ ନାମାଙ୍କନ ଦାଖଲ ସମୟରେ ଆସିଲେ ନାହିଁ ତାହା ପ୍ରଶ୍ନ ?

Advertisement

ତେବେ ସୂଚନା ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମଙ୍ଗଳବାର ଦିନ ତାଙ୍କରସମସ୍ତ କାର୍ଯ୍ୟକ୍ରମ ବାତିଲ କରୁଥିଲେ | ଏହି କାରଣରୁ ସେ ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନ ପତ୍ରରେ ମଧ୍ୟ ଦେଇନାହାନ୍ତି ।

Leave a Reply

Your email address will not be published. Required fields are marked *