Pratidin TV

Odisha's Digital News Platform

ଇଣ୍ଡିଆ ବନାମ ଇଂଲଣ୍ଡ ; ଟେଷ୍ଟ ମ୍ୟାଚ୍‌ରେ ଅର୍ଦ୍ଧଶତକ କରି ପଡିଆରେ ସାଲ୍ୟୁଟ୍ ମାରିଲେ ଧ୍ରୁବ , ଏହି ମହାନ ବ୍ୟକ୍ତିଙ୍କୁ କଲେ ଉତ୍ସର୍ଗ ।

1 min read

ଏବେ ସବୁଠି ଛାଇଛି ଧ୍ରୂବ୍ ଜୁରେଲଙ୍କ ଯାଦୁ । କିଏ ତାଙ୍କୁ କ୍ରିକେଟ ଜଗତର ଭବିଷ୍ୟତ କହୁଥିବା ବେଳେ କେହି ତାଙ୍କୁ ୨ୟ ଧୋନିର ଆକ୍ଷା ଦେଇଛନ୍ତି । ତେବେ ରାଞ୍ଚିରେ ଚାଲିଥିବା ଭାରତ-ଇଂଲଣ୍ଡ ୫ଟି ମ୍ୟାଚ୍ ବିଶିଷ୍ଟ ଚତୁର୍ଥ ଟେଷ୍ଟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କ୍ରିକେଟ୍ ପଡିଆରୁ ଜଣେ କ୍ରିକେଟର ସାଲ୍ୟୁଟ୍ ମାରୁଥିବା ଦୃଶ୍ୟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ସେହି ଫଟୋରେ ଥିବା କ୍ରିକେଟର ଜଣଙ୍କ ଆଉ କେହି ନୁହଁ ବରଂ ୨୩ ବର୍ଷୀୟ ଧ୍ରୁବ୍ ଜୁରେଲ୍ । ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ଓି୍ୱକେଟ୍ କିପର ଧ୍ରବ୍ ଜୁରେଲ ୯୦ ରନ୍‌ର ଇନିଂସ ଖେଳି ଦର୍ଶକକଙ୍କୁ ଚମକାଇ ଦେଇଛନ୍ତି । ଅବଶ୍ୟ ସେ ଶତକ ପୁରା କରିନାହନ୍ତି କିନ୍ତୁ ତାଙ୍କ ଧୁଆଁଧାର ବ୍ୟାଟିଂରେ ସେ ଇଂଲଣ୍ଡ ବୋଲରଙ୍କ ହୋସ୍ ଉଡାଇଥିଲେ ।

ଧ୍ରୁବ୍ ୧୪୯ ବଲ୍ ଖେଳି ୯୦ ରନ୍ କରିଛନ୍ତିା ଏଥିରେ ସେ ୬ଟି ଚଉକା ଏବଂ ୬ଟି ଛକା ଖେଳିଛନ୍ତି । ଏହି ଇନିଂରେ ଧ୍ରୁବ୍ ଅର୍ଦ୍ଧ ଶତକ ପୂରଣ କରିବା ପରେ ପଡିଆରେ ଏକ ସାଲ୍ୟୁଟ୍ ମାରିଥିଲେ । ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି ।
ତେବେ ଧ୍ରୁବ୍ ନିଜର ଅର୍ଦ୍ଧଶତକ ବାପାଙ୍କ ପାଇଁ ଉତ୍ସଗୀକୃତ କରି ସେଠାରେ ସାଲ୍ୟୁଟ୍ ମାରିଥିଲେ । ୧୯୯୯ ମସିହାରେ ଜୁରେଲଙ୍କ ବାପା ନେମ୍ ଚନ୍ଦ କାର୍ଗିଲ ଯୁଦ୍ଧ ଲଢିଥିଲେ । ଏହାପରେ ଧ୍ରୁବ୍ ମଧ୍ୟ ସେନାରେ ଯିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ତାଙ୍କର କ୍ରିକେଟ୍ ପ୍ରତି ଥିବା ଆଗ୍ରହ ତାଙ୍କୁ ପଡିଆକୁ ଟାଣିଥିଲା ସତ କିନ୍ତୁ ଭାରତୀୟ ଦଳର ଅଂଶ ବିଶେଷ ହେବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଆଉ ଶେଷରେ ସେ ନିଜ ଶ୍ରେୟକୁ ନିଜ ବାପାଙ୍କ ପାଇଁ ଉତ୍ସଗୀକୃତ କରିଥିଲେ ।

Leave a Reply

Your email address will not be published. Required fields are marked *