କାହିଁକି ନୀତି ଆୟୋଗ ବୈଠକ ଛାଡି ଚାଲିଗଲେ ମମତା ବାନାର୍ଜୀ , ଚିରାଗ ପାଶୱାନ କଲେ ବଡ଼ ଖୁଲାସା ..
1 min readପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବୈଠକରେ ଭାଷଣ ଦେବାର ସୁଯୋଗ ଦିଆଯାଇ ନ ଥିଲା ଏବଂ ସେ ଏହାର ପ୍ରତିବାଦରେ ଉଠି ବାହାରକୁ ଚାଲି ଆସିଥିଲେ। ତେବେ ମମତା ବାନାର୍ଜୀଙ୍କ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନ ପ୍ରତିକ୍ରିୟା ଦେଇଛନ୍ତି। ସେ ମମତାଙ୍କ ଆଚରଣକୁ ଭୁଲ୍ ବୋଲି କହିଛନ୍ତି। ଚିରାଗ କହିଛନ୍ତି, ନୀତି ଆୟୋଗ ବୈଠକରେ ମାଇକ୍ ବନ୍ଦ କରିଥିବାର ଅଭିଯୋଗ ମିଥ୍ୟା ଅଟେ।
ମମତା ବୈଠକ ଅଧାରୁ ଉଠି ବାହାରକୁ ଯିବା ଭୁଲ୍ ଥିଲା। ଏହା ବିରୋଧୀ ଦଳରେ ଘଟୁଛି। ଅରାଜକତା ସୃଷ୍ଟି କରିବା ଏବଂ ନିଜ ପ୍ରତି ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି ଯଦି କୌଣସି ରାଜ୍ୟ ଅନୁଭବ କରନ୍ତି ଯେ, ସେମାନଙ୍କ ପ୍ରତି ଭୁଲ କରାଯାଇଛି, ସେମାନେ ନୀତି ଆୟୋଗରେ ସେମାନଙ୍କର ସମସ୍ୟା ଉଠାଇ ପାରିବେ। ମାତ୍ର ବୈଠକ ଛାଡ଼ି ଚାଲିଯିବା ଅଶୋଭନୀୟ ଅଟେ ବୋଲି ସେ କହିଛନ୍ତି।