Pratidin TV

Odisha's Digital News Platform

ପିଚ୍ ମାଟି କାହିଁକି ଚାଖିଲେ ରୋହିତ ଶର୍ମା, ମୋଦିଙ୍କ ଆଗରେ କହିଲେ ଖୋଲିକି…

1 min read

ଟି-୨୦ ବିଶ୍ୱକପ ବିଜେତା ଟିମ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଗୁରୁବାର ଜନସମୁଦ୍ର ପାଲଟିଥିଲା ମୁମ୍ବାଇର ମେରାଇନ ଡ୍ରାଇଭ | ତେବେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଟିମ ଇଣ୍ଡିଆ ବାର୍ବଡସରୁ ସିଧା ଦିଲ୍ଲୀରେ ଅବତରଣ କରିଥିଲା। ସେଠାରେ ଟିମର ସଦସ୍ୟମାନେ ନିଜ ପରିବାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସକାଳର ବ୍ରେକଫାଷ୍ଟର ବ୍ୟବସ୍ଥା କରଯାଇଥିଲା | ଏହାସହ ସବୁ ଖେଳାଳିଙ୍କ ସହ କଥାବାର୍ତ୍ତା ହୋଇଥିଲେ ନରେନ୍ଦ୍ର ମୋଦି |

ପ୍ରଧାନମନ୍ତ୍ରୀ କହିଥିଲେ ଜମି କେଉଁଠି ହେଉ କି ମାଟି କେଉଁଠି ହେଉ କିନ୍ତୁ କ୍ରିକେଟରଙ୍କ ଜୀବନହିଁ ପିଚ ହୋଇଥାଏ | ଆଉ ଆପଣ କ୍ରିକେଟର ଜୀବନର ପିଚକୁ ସ୍ୱାଦ ନେଇଛନ୍ତି | ଏହା କେବଳ କେଉଁ ଭାରତୀୟ ହିଁ କରିପାରିବ | ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ମାଟିର ସ୍ୱାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। ମାଟିର ସ୍ୱାଦ କେମିତି ବୋଲି ମୋଦି ତାଙ୍କୁ ପଚାରିଥିଲେ।

ରୋହିତ ଶର୍ମା କହିଥିଲେ, ଯେଉଁଠାରେ ଆମକୁ ବିଜୟ ମିଳିଲା ସେଠାରେ ମତେ ମାଟି ଚାଖିବାର ଥିଲା | ସେହି ପିଚର ଖେଳି ସେହି ପିଚରେ ଜିତିଲୁ କାରଣ ଆମେ ସେହି ଜିନିଷର ବହୁ ବର୍ଷ ହେଲା ଅପେକ୍ଷା କରିଛୁ ବହୁ ପରିଶ୍ରମ ମଧ୍ୟ କରିଛୁ , ଏବଂ ଏମିତି ବହୁତ ଥର ବିଜୟ ଆମ ନିକଟରୁ ଆସି ଫେରିଯାଏ | କିନ୍ତୁ ଏଥର ସମସ୍ତଙ୍କ ପାରିଶ୍ରମିକ ଯୋଗୁଁ ଆମେ ବିଶ୍ୱକପ ହାସିଲ କରିପାରିଛୁ | ତେଣୁ ଏହି ପିଚ ଆମ ପାଇଁ ବହୁତ ଗୁରୁତ୍ୱ ରଖୁଛି |

Leave a Reply

Your email address will not be published. Required fields are marked *