Pratidin TV

Odisha's Digital News Platform

କାହିଁକି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେନି ପୁଟିନ୍‌?

1 min read

ହାରିସଙ୍କୁ ହରାଇ ହ୍ୱାଇଟହାଉସର ବସ୍ ହେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ ତମ ରାଷ୍ଟ୍ରପତି ହେବା ସହ ୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିଲେ ଟ୍ରମ୍ପ। ମୋଟ ୪୫ ରାଜ୍ୟରୁ ୨୭ରେ ବିଜୟଧ୍ୱଜା ଉଡ଼ାଇଛନ୍ତି ଟ୍ରମ୍ପ। ତେବେ ଏହି ବିଜୟ ପରେ ଟ୍ରମ୍ପଙ୍କ ନିକଟକୁ ବିଶ୍ୱନେତାଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ଏସବୁ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୁଟିନ ଙ୍କୁ ଅଭିନନ୍ଦନ ଜଣାଇବେ ନାହିଁ ବୋଲି କହିଛନ୍ତି। ପ୍ରଥମେ ସେ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ କାମକୁ ଦେଖିବେ ବୋଲି ଜଣାଇଛନ୍ତି।

ଅପରପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି। ଏହି ବିଜୟ ପ୍ରଭାବଶାଳୀ ହୋଇଥିବା ବେଳେ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଶାନ୍ତି ସ୍ଥାପନର ରାସ୍ତା ପାଖେଇ ଆସିବ ବୋଲି ସେ କହିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ଏବେ ୨୭୯ ଇଲେକ୍ଟୋରାଲ ଭୋଟ୍‌ ସହ ବହୁମତ ହାସଲ କରିଛି। ଅପରପକ୍ଷେ କମଲା ହାରିସ ମାତ୍ର ୨୨୩ ଭୋଟ୍‌ ପାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *