Pratidin TV

Odisha's Digital News Platform

ଲିଫ୍ଟରେ କାହିଁକି ଲାଗିଥାଏ ଦର୍ପଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ..

1 min read

ଭୁବନେଶ୍ୱର : କ’ଣ ଆପଣାମନେ ଜାଣିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲାଗିଥାଏ ? କିଛି ଲୋକଙ୍କ ମତରେ ଲିଫ୍ଟରେ ଦର୍ପଣ ଏଥିପାଇଁ ଲାଗିଥାଏ ଯେ ସେମାନେ ନିଜକୁ ଦେଖିପାରିବେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏସବୁ ଏକ ଷ୍ଟ୍ରାଟାଜି ଭିତରେ ଆସେ ? ପ୍ରଥମେ ଲିଫ୍ଟରେ ଦର୍ପଣ ନଥିଲା , କିନ୍ତୁ ଧିରେ ଧିରେ ଯେତେବେଳେ ବିଲଡିଂଗୁଡିକ ବଢିଲା ବା ଉଞ୍ଚା ହେଲା ସେତେବେଳେ ଲିଫ୍ଟର ସ୍ପିଡ୍‌କୁ କମାଇବାକୁ ପଡିଲା । କାରଣ ଇଞ୍ଜିନିୟରଙ୍କ ମତରେ ଯଦି ଉଚା ବିଲଡିଂରେ ଲିଫ୍ଟ ର ସ୍ପିଡ୍ ଅଧିକ ରୁହେ ତେବେ ନିହାତି କିଛି ଦୁର୍ଘଟଣା ହେବ, ଯେଉଁଥିରେ ଲୋକମାନଙ୍କ ଜୀବନ ବି ଯାଇପାରେ ।

ବାସ୍ତବରେ ଲିପ୍ଟରେ ଲାଗିଥିବା ଦର୍ପଣଗୁଡିକ ଲୋକମାନଙ୍କ ସୁରକ୍ଷା ପାଇଁ । ଆପଣ ନିଶ୍ଚୟ ଅନେକ ଲୋକଙ୍କୁ ଦେଖିଥିବେ ଯେ ଯେତେବେଳେ ଲିଫ୍ଟ ବନ୍ଦ ହୁଏ ଅନେକ ଲୋକ ବହୁତ ଅସହଜ ଅନୁଭବ କରନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ କ୍ଲାଷ୍ଟୋଫୋବିକ ଅଟନ୍ତି ବା ଲିଫ୍ଟ ଉପରେକୁ ଗଲେ ବା ତଳକୁ ଆସିଲେ ଅଧିକ ଡରନ୍ତି । ସେଥିପାଇଁ ଲିଫ୍ଟ ବନ୍ଧ ହେବା ମାତ୍ରେ ସେମାନେ ଅସହଜ ଅନୁଭବ କରନ୍ତି ।

Advertisement

ଯେତେବେଳେ ଲିପ୍ଟ ବନ୍ଦ ହୁଏ ସେତେବେଳେ ଲୋକମାନଙ୍କ ମନ ବା ଦୃଷ୍ଟିଆର୍କଷଣ କରିବାକୁ ଲିଫ୍ଟ ଭିତରେ କିଛି ନଥାଏ । ତେଣୁ ସେମାନଙ୍କ ଧ୍ୟାନ କେବଳ ସମୟ ବା ଲିଫ୍ଟର ସ୍ପିଡ୍ ଉପରେ କେନ୍ଦ୍ରୀଭୂତ ହୋଇଥାଏ । ତେବେ ଲୋକମାନଙ୍କ ମନସ୍ଥିତିକୁ ଲକ୍ଷ୍ୟ କରି ଇଞ୍ଜିନିୟର ମାନେ ଲିଫ୍ଟରେ ଦର୍ପଣ ଲଗାଇବା କଥା ଚିନ୍ତା କରିଥିଲେ । ଯାହା ଦ୍ୱାରା ଲୋକମାନେ ଲିଫ୍ଟ ଭିତରେ ପସିବା ମାତ୍ର ଅଧିକାଂଶ ସମୟ ନିଜକୁ ଦେଖିବାରେ ଅତିବାହିତ କରିପାରିବୋ ଏବଂ ଲିଫ୍ଟ ନିଜ ସମୟ ଅନୁସାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବ ।

Leave a Reply

Your email address will not be published. Required fields are marked *