Pratidin TV

Odisha's Digital News Platform

କାହିଁକି ପୁରୁଷମାନେ ହୋଇ ଯାଆନ୍ତି ଚନ୍ଦା, ଜାଣନ୍ତୁ ଏହାର କାରଣ..

1 min read

ବର୍ତ୍ତମାନର ଆଧୁନିକ ଦୁନିଆରେ ସମସ୍ତଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଅ୍ଧମ ସବୁ ବ୍ୟସ୍ତ ବହୁଳତା ଭିତରେ ଗତି କରୁଛନ୍ତି । ଖାଦ୍ୟପେୟରେ ଅନିୟମିତତା ସହ ଆବଶ୍ୟକୀୟ ପୁଷ୍ଟିସାରର ଅଭାବ ଯୋଗୁଁ ଯୁବାବସ୍ଥାରେ ହିଁ ଲୋକଙ୍କଠାରେ ବିଭିନ୍ନ ସମସ୍ୟା ର ସାମ୍ନା କରୁଛନ୍ତି । ଅନେକ ସମସ୍ୟା ଭିତରେ ପ୍ରମୁଖ ସମସ୍ୟା ହେଉଛି ମୁଣ୍ଡରୁ ଅତ୍ୟଧିକ କେଶ ଝଡ଼ିବା । ମହିଳାଙ୍କଠାରେ ଅଧିକ କେଶ ଜନିତ ସମସ୍ୟା ଦେଖାଯାଉଥିବା କୁହାଯାଉଥିଲେ ସୁଦ୍ଧା ଏଥିରୁ ବାଦ ପଡି ନାହାନ୍ତି ପୁରୁଷମାନେ । ମହିଳାଙ୍କ କେଶ ପତଳା ହୋଇଯାଉଥିବା ବେଳେ ପୁରୁଷମାନେ ଚନ୍ଦା ହୋଇଯାଉଛନ୍ତି ।

ତେବେ ପୁରୁଷମାନେ ବୟସ ବଢ଼ିବା ସହ କାହିଁକି ଚନ୍ଦା ହୋଇଯାଆନ୍ତି ଆସନ୍ତୁ ଜାଣିବା ତାହାର କାରଣ ?

କରାଯାଇଥିବା ଗବେଷଣା ମୁତାବକ ୭୦ ପ୍ରତିଶତ ପୁରୁଷଙ୍କ କେଶ ଝଡିବା ସମସ୍ୟା ଦେଖା ଦେଉଛି । ଏହାର ପରିମାଣ ମହିଳାଙ୍କ ଠାରେ ମାତ୍ର ୪୦ ପ୍ରତିଶତ ହୋଇଥାଏ । ପୁରୁଷଙ୍କଠାରେ ଦେଖାଦେଉଥିବା ଚନ୍ଦାପଣକୁ ଏଣ୍ଡୋଜେନିକ ଏଲୋପୋସିୟା ବା ପେଟର୍ନ ବୋଲ୍ଡନେସ୍ କୁହାଯାଏ । ଏଭଳିସ୍ଥିତିରେ କପାଳରୁ କେଶ ପ୍ରବଳମାତ୍ରାରେ ଝଡ଼ିବାରେ ଲାଗେ । ଏହା ଧୀରେ ଧୀରେ ମୁଣ୍ଡର ଉପର ଭାଗ ପର୍ଯ୍ୟନ୍ତ ବ୍ୟାପି ଯାଇଥାଏ । ପୁରୁଷଙ୍କ ଚନ୍ଦାପଣର ମୁଖ୍ୟ କାରଣ ହେଉଛି ଜେନେଟିକ୍ସ ଏବଂ ଡି ହାଇଡ୍ରୋ ଟେଷ୍ଟୋଷ୍ଟେରୋନ୍ ନାମକ ପୁରୁଷ ପ୍ରଜନନ ହରମୋନ୍ । ମିଳିଥିବା ତଥ୍ୟ ମୁତାବକ, ଯୌବନ ଅବସ୍ଥା ଆରମ୍ଭରେ ପୁଅଙ୍କ ମସଲ୍ସ ଓ ହେଡ୍ ଟିସୁ ପ୍ରସାରିତ ହୋଇଥାଏ । ଏ ଅବସରରେ ଡି ହାଇଡ୍ରୋ ଟେଷ୍ଟୋଷ୍ଟେରୋନ୍ ମଧ୍ୟ ପୁଅଙ୍କ ଶରୀରରେ ଅଧିକ କ୍ଷରିତ ହୋଇଥାଏ ।

ଏହାର ପରିମାଣ ଶରୀରରେ ବୃଦ୍ଧି ପାଇଲେ ହେୟାର ଫଲିକ୍ସରେ ଉପସ୍ଥିତ କେଶକୁ ସୁସ୍ଥ ରଖିବାରେ ବ୍ୟବହୃତ ହେଉଥିବା ଏଣ୍ଡ୍ରୋଜନ ରିସେପ୍ଟର୍ସକୁ ଶୋଷଣ କରିଥାଏ । ଶରୀରରେ ଏହାର ପରିମାଣ ବୃଦ୍ଧି ପାଇବା ଦ୍ୱାରା ଫଲିକ୍ସ ସଙ୍କୋଚିତ ହୋଇଥାଏ । ଫଳରେ କେଶକୁ ଆବଶ୍ୟକୀୟ ତତ୍ତ୍ୱ ମିଳିପାରିନଥାଏ ଓ ଏହା ଝଡ଼ିବାକୁ ଆରମ୍ଭହୋଇ ଯାଇଥାଏ । ୩୫ ବର୍ଷ ପର୍ଯ୍ୟନ୍ତ ଦୁଇ-ତୃତୀୟାଂଶ ପୁରୁଷ ଚନ୍ଦାପଣ ସମସ୍ୟାର ଶିକାର ହୋଇଥାନ୍ତି । ସେହିପରି ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରାୟ ୮୦ ପ୍ରତିଶତ ପୁରୁଷ କେଶ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ସ୍ୱୀକାର କରିଛନ୍ତି । ଏଥିପାଇଁ ବ୍ୟସ୍ତବହୁଳତା ଭିତରେ ନିଜର ଏବଂ କେଶର ଯତ୍ନ ନେବା ଉଚିତ ।

Leave a Reply

Your email address will not be published. Required fields are marked *