Pratidin TV

Odisha's Digital News Platform

ରାବଣ ପୋଡି ପରେ କାହିଁକି ଲୋକ ଘରକୁ ଆଣନ୍ତି ପାଉଁସ ? ଜାଣନ୍ତୁ ଏହା ପଛର କାରଣ..

1 min read

ଆଜି ସାରା ଦେଶରେ ପାଳନ ହେଉଛି ଦଶହରା । ଆଜିର ଦିନରେ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରିଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଦଶହରାରେ ରାବଣର ପୁତୁଳାକୁ ଦହନ କରାଯାଏ । ହେଲେ ଆପଣ ଜାଣିଛନ୍ତି କି ରାବଣ ପୋଡା ପରେ ସେଠାରେ ପଡି ରହିଥିବା କାଠ ବା ପାଉଁସକୁ କଣ କରାଯାଏ । କିଛି ଲୋକ ରାବଣ ପୋଡା ପରେ ଏହାକୁ ଘରକୁ ନେଇ ଆସନ୍ତି । କଣ ରହିଛି ଏହାର କାରଣ ।ଏହା କଣ କିଛି ତନ୍ତ୍ରସାଧନାରେ କାମ ଦିଏ କି? କି ଏହି ପାଉଁଶରୁ କିଛି ଲାଭ ମିଳେ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏନେଇ କିଛି ତଥ୍ୟ ଦେବୁ । କୁହାଯାଏ ଯେ ରାବଣ ଦହନ ପରେ ପୋଡିଯାଇଥିବା କାଠକୁ ଘରକୁ ଆଣିବାର ପରମ୍ପରା ରହିଛି । ହେଲେ କଣ ପାଇଁ ? କଣ ରହିଛି ଏହାର କାରଣ ।

ବିଶ୍ୱାସ ରହିଛି ଯେ ଏହା ଅନେକ ଶୁଭ ଫଳ ଦେଇଥାଏ । ଏହାମଧ୍ୟ ବିଶ୍ୱାସ କରାଯାଏ ଯେ ରାବଣ ପୋଡିର ପାଉଁଶ ଅର୍ଥାତ ଜଳିଯାଇଥିବା କାଠ ଘରେ ରଖିବା ଦ୍ୱାରା ଅନେକ ଦୁଃଖ ଏବଂ ଦ୍ୱନ୍ଦ ଦୂର ହୋଇଥାଏ । ତେବେ ଏହା ପଛରେ ଲୁକ୍କାୟିତ ତର୍କ କଣ ଆସନ୍ତୁ ଜାଣିବା । ରାବଣ ପୋଡି କାଠକୁ ଆଣି ନିଜ ପୂଜା ଘରେ ରଖନ୍ତୁ । ଲୋକଙ୍କ ବିଶ୍ୱାସ ରହିଛି ଯେ ରାବଣ ଦହନ ପରେ ଘରକୁ କାଠ ଆଣିବା ଧନ ଏବଂ ଶସ୍ୟ ଆଣିଥାଏ । ଏହା ବ୍ୟତୀତ ରାବଣ ଜଣେ ଜ୍ଞାନୀ ପଣ୍ଡିତ ଥିଲେ, ଯେଉଁ କାରଣରୁ ଘରେ ପାଉଁଶ ରଖିବା ସୁଖ ଏବଂ ଧନ ବଢାଇଥାଏ । ପୌରାଣିତ ତଥ୍ୟ ଅନୁସାରେ ଶ୍ରୀରାମଙ୍କ ସେନାମାନେ ଲଙ୍କାର ପାଉଁଶକୁ ବିଜୟର ପ୍ରତୀକ ଭାବରେ ଆଣିଥିଲେ । ଯେଉଁଥିପାଇଁ ରାବଣଙ୍କ ପାଉଁଶ ମଧ୍ୟ ଘରକୁ ଅଣାଯାଏ । ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତିର ପ୍ରଭାବ କମିଯାଏ ।ଆଉ ଜୀବନରେ ଖୁସି ଭରିଆସେ ।

Advertisement

Leave a Reply

Your email address will not be published. Required fields are marked *