Pratidin TV

Odisha's Digital News Platform

“ଯେଉଁ ବ୍ୟକ୍ତିଙ୍କ ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ଅଛି, ତାଙ୍କୁ କାହିଁକି ସମ୍ବିଧାନ ଦରକାର?-ରାହୁଲ ଗାନ୍ଧୀ

1 min read

ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନ ହିମାଚଳ ପ୍ରଦେଶରେ ନାହାନରେ ପହଞ୍ଚିଥିଲେ। ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ଅନେକ ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଠୋର ପ୍ରଶ୍ନ ପଚାରି ନ ଥିବାରୁ ସେମାନଙ୍କୁ ପୁଣି ଥରେ ‘ଚମଚା’ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ କହିଥିଲେ, ଆଜିକାଲି ନରେନ୍ଦ୍ର ମୋଦ୍ଦୀଙ୍କ ସାକ୍ଷାତକାର ଚାଲିଛି | ସେଠାରେ ୪ ଜଣ ଚମଚା ସାମ୍ବାଦିକ ବସିଥିବାର ମଧ୍ୟ ନଜର ଆସିଛି | ଏବଂ ତା ପରେ ସେମାନେ ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି | ସେମାନେ ସେଠାରେ ପଚାରିଥିଲେ , ମୋଦି ଜି ଆପଣ କିପରି ଆମ୍ବ ଖାଇଥାନ୍ତି ? ଆପଣ ତାକୁ କତିକି ଖାନ୍ତି ନା ଚୁଷିକି ଖାନ୍ତି ? ରାହୁଲ ଆହୁରି ମଧ୍ୟ କହିଥିଲେ ମୋଦି ଜି ସେହି ପ୍ରଶ୍ନର ଜବାବରେ କହିଥିଲେ ଜଣାନାହିଁ, ସବୁ କିଛି ଆପେ ଆପେ ହୋଇଯାଏ | ମୁ ବାକି ଲୋକମାନଙ୍କ ପରି ବଯୋଲଜିକାଲ ନୁହେଁ | ବାକି ଭାରତବାସୀ ଚାଷ କରେ କଠିନ ପରିଶ୍ରମ କରେ କିନ୍ତୁ ମତେ ଭଗବାନ ଗାଇଡ଼ କରିଥାନ୍ତି | ମୁଁ ଭାରତର ଏକମାତ୍ର ବ୍ୟକ୍ତି ଯିଏ ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ରଖିଛି। ଏହି ପ୍ରସଙ୍ଗରେ ଚମଚା ସାମ୍ବାଦିକମାନେ ୱୋ, ୱୋ, ଆପଣ କେତେ ଚମତ୍କାର କଥା କହିଛନ୍ତି ବୋଲି କହିଥିଲେ |

Advertisement

ରାହୁଲ ଗାନ୍ଧୀ କହିଛନ୍ତି, “ଯେଉଁ ବ୍ୟକ୍ତିଙ୍କ ଭଗବାନଙ୍କ ସହ ସିଧାସଳଖ ସମ୍ପର୍କ ଅଛି, ତାଙ୍କୁ କାହିଁକି ସମ୍ବିଧାନ ଦରକାର? ସେ ସିଧାସଳଖ କଥା ହେଉଛନ୍ତି। ମୁଁ ଟିକିଏ ଭୟଭୀତ ଅନୁଭବ କରୁଛି, ତାଙ୍କ ହାତରେ ପରମାଣୁ ବୋମା ଅଛି ଏବଂ ମୁଁ ତାଙ୍କୁ ପଚାରିବାକୁ ଚାହେଁ ନରେନ୍ଦ୍ର ମୋଦୀ ଜୀ, ତୁମର ଯାହା କିଛି ଅନୁଭବ ଅଛି | ଏହି ଅନୁଭବ ସକାଳ, ସନ୍ଧ୍ୟା କିମ୍ବା ୨୪ ଘଣ୍ଟାରେ ଆସେ କି?

Leave a Reply

Your email address will not be published. Required fields are marked *