Pratidin TV

Odisha's Digital News Platform

ବଡଓଷାରେ କାହିଁକି ମହାଦେବଙ୍କ ପାଖରେ ଭୋଗ ଲାଗେ ଗଜପିଠା? ଜାଣନ୍ତୁ କାରଣ..

1 min read

ସରୁଛି କାର୍ତ୍ତିକ ମାସ। ଚାଲିଛି ପଞ୍ଚୁକ। ଆଜି ପଞ୍ଚୁକର ୩ୟ ଦିନ। ଦିନକ ପରେ ପଡିବ କାର୍ତ୍ତିକ ପୂର୍ଣ୍ଣିମା। ସମସ୍ତେ ଖୁସିର ସହକାରେ ଅନାଇ ବସିଛନ୍ତି ସେଦିନ ସକାଳୁ ଉଠି କିପରି ଡଙ୍ଗା ଭସାଇବେ। ଆଉ ଆଜି ପଞ୍ଚୁକର ୩ୟ ଦିନ ହେଉଛି ବଡ ଓଷା । ତେବେ ବଡ ଓଷାରେ ଗଜପିଠା ଲାଗିହୁଏ। ହେଲେ ଆପଣ ଜାଣିଛନ୍ତି କି ବଡ ଓଷାରେ ଗଜପିଠା କାହିଁକି ଲାଗି ହୁଏ? ତେବେ ଆଉ ଏହି ଗଜପିଠା କଣ? ଏବିଷୟରେ ଆସନ୍ତୁ ଜାଣିବା..


ଓଡିଆମାନଙ୍କ ଘରେ ୧୨ ମାସରେ ପାଳନ ହୁଏ ୧୩ ପର୍ବ। ଆଉ ତାଭିତରେ ରହିଛି ଏକ ବଡ଼ ଓଷା । କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ। ଏହି ଦିନ ହବିଷ୍ୟାଳୀ ଏବଂ ବ୍ରତଧାରୀମାନେ ଉପବାସ ରହିଥାନ୍ତି । ଏହି ଓଷା ପାଳନ ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ। ଯାହାକୁ’ଗଜପିଠା’ ବୋଲି କୁହାଯାଏ । ଯାହା ଦେଖିବାକୁ ପୂରା ଧଳା ଧବଳ। ଅରୁଆ ଚାଉଳ ଚୂନାରେ ଅଥାରବସା ଗଜ ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ସେବନ କରନ୍ତି । ଏହି ଗଜପିଠା ନେଇ ବଡ ଓଷାର ମହିମା ପୁରାଣରେ ବର୍ଣ୍ଣିତ ହୋଇଛି ।
ପୁରାଣରେ କୁହାଯାଇଛି ଯେ, ଥରେ ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିଥିଲେ। ମହାଦେବଙ୍କ ଦର୍ଶନ ହେଲା । ଭକ୍ତମାନଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ନାରଦ ମହାଦେବଙ୍କୁ ଅବଗତ କରାଇଲେ।

Advertisement

ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ। କାର୍ତ୍ତିକ ଶୁଳ୍କ ଚତୁର୍ଦ୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ। ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ ଓଷା ପାଳନ କରିଆସୁଛନ୍ତି। ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳଶ୍ୱେର ବୋଲି କୁହାଯାଏ। ସେବେଠାରୁ କାର୍ତ୍ତିକ ମାସର ପଞ୍ଚୁକରେ ପଡେ ବଡଓଷା। ଯେଉଁଦିନ ମହାଦେବଙ୍କ ପାଖରେ ଗଜଭୋଗ ହୋଇଥାଏ। ତେବେ ଦିନକ ପୂର୍ବରୁ ଏହାକୁ ପ୍ରସ୍ତୁୂତ କରାଯାଇଥାଏ। ବଡ ଓଷା ଦିନ ବଢି ଭୋରୁ ଏହାକୁ ପୂଜା କରାଯାଇ ଶ୍ରଦ୍ଧାଳୁ ବଣ୍ଟନ କରାଯାଇଥାଏ।

Leave a Reply

Your email address will not be published. Required fields are marked *