Pratidin TV

Odisha's Digital News Platform

କାହିଁକି ଆସିଲାନି ସୁଭଦ୍ରା ଟଙ୍କା ? କେଉଁଠି ରହିଲା ଭୁଲ୍ , ଜଲଦି ସୁଧାରନ୍ତୁ ତ୍ରୁଟି..

1 min read

ସୁଭଦ୍ରା ଯୋଜନାରର ଆବେଦନ ପରେ ପ୍ରଥମ ପର୍ଯ୍ୟାୟର ୨ କିସ୍ତି ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ଖାତା କୁ ଦେଇ ସାରିଲେନି ସରକାର । ହେଲେ ଏବେ ବି ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସୁଭଦ୍ରା ଟଙ୍କା ସେମାନଙ୍କ ଖାତାକୁ ଆସିନାହିଁ । ହେଲେ କାହିଁକି ମିଳିନାହିଁ ସେହି ମହିଳା ମାନଙ୍କୁ ସୁଭଦ୍ରା ଟଙ୍କା ? କଣ ରହିଛି ତ୍ରୁଟି ? ଯଦି କିଛି ତ୍ରୁଟି ରହିଛି ତାହାଲେ କିପରି ସୁଧାରିବେ ? ଏମିତି ଅନେକ କିଛି ଦ୍ବନ୍ଦ୍ବ ଏବେ ସାଧାରଣ ମହିଳାଙ୍କ ମନରେ ଉଙ୍କି ମାରୁଛି । ଯାହାକୁ ନେଇ ଆଜି ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଆପଣଙ୍କ ସୁଭଦ୍ରା ଆବେଦନରେ କିଛି ତ୍ରୁଟି ରହିଥିବ, କିନ୍ତୁ ଆପଣ ଯୋଗ୍ୟ ବିବେଚିତ ହେଉଥିବେ ତାହାଲେ ଆପଣଙ୍କୁ ବିଭାଗ ପକ୍ଷରୁ କଲ୍ ଯିବ ଏହାକୁ ସୁଧାରିବା ପାଇଁ । ଆପଣ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଯଦି ଟଙ୍କା ପାଇନଥିବେ ତାହାଲେ ଆବେଦନରେ ତ୍ରୁଟି କିମ୍ବା କିଛି କମି ଥିଲେ ଫୋନ୍ ଯିବ । ଏନେଇ ବ୍ଲକ ସ୍ତରରେ ଯାଞ୍ଚ ହେବ ଏବଂ ଅଙ୍ଗନବାଡି କର୍ମୀ ଘର ଘର ବୁଲିବେ । ଶେଷ ହିତାଧିକାରୀଟେ ଟଙ୍କା ପାଇବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଚାଲୁରହିବ ।

Advertisement

ଏପର୍ଯ୍ୟନ୍ତ ମୋଟ ୧ କୋଟି ୬୦ ହଜାର ମହିଳା ସୁଭଦ୍ରାରେ ସହାୟତାରେ ପାଇଁ ଆବେଦନ କରିସାରିଲେଣି । ତେବେ ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *