Good Friday 2023: କାହିଁକି ଶୁକ୍ରବାର ଦିନପାଳନ କରାଯାଏ ଗୁଡ୍ ଫ୍ରାଇଡେ ?
1 min readଗୁଡ୍ ଫ୍ରାଇଡେ । ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହା ଏକ ପବିତ୍ର ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ବିଶେଷ କରି ଏହି ପର୍ବକୁ ପାଳନ କରିଥାନ୍ତି । ଗୁଡ୍ ଫ୍ରାଇଡେ ନାଁ ଶୁଣିଲେ ଲାଗୁଛି ଯେମିତି ଏହା ଏକ ଉତ୍ସବ । କିନ୍ତୁ ବାସ୍ତବରେ ତାହା ନୁହେଁ । ଗୁଡ୍ ଫ୍ରାଇଡେ ହେଉଛି ଏକ ଶୋକ ଦିବସ । ଅର୍ଥାତ ଏହି ଦିନ ପ୍ରଭୁ ଯିଶୁଙ୍କ ମୃତ୍ୟୁ ମନେ ପକାଇ ଶୋକ ପାଳନ କରାଯାଇଥାଏ । ତଥା ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଗୁଡ୍ ଫ୍ରାଇଡେର କୌଣସି ନିର୍ଦ୍ଧିଷ୍ଟ ତାରିଖ ନଥାଏ । ଏଥର ଏହା ଏପ୍ରିଲ ୭ ତାରିଖରେ ପାଳନ କରାଯାଉଛି ।
କୁହାଯାଏ ଯେତେବେଳେ ୟିହୁଦି ଶାସକମାନେ ଇସା ମସିହାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ, ସେହି ଦିନ ଶୁକ୍ରବାର ହିଁ ଥିଲା । ଆଉ ଇସା ମସିହା ଏହି ମାନବ ଜାତିର ମଙ୍ଗଳ ପାଇଁ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେ ଗୁଡ୍ ଫ୍ରାଇଡେ ଭାବେ ପାଳନ କରିଥାନ୍ତି । ଏହି ଦିନକୁ ଇସାଇ ଧର୍ମର ଲୋକେ ବଳିଦାନର ଦିବସ ଭାବେ ବିବେଚନା କରି ପାଳନ କରିଥାନ୍ତି ।