ଶନିବାର ସହ ହନୁମାନଙ୍କର କଣ ରହିଛି ସମ୍ବଦ୍ଧ , କାହିଁକି ମଙ୍ଗଳବାର ସହ ଶନିବାର ମଧ୍ୟ ପୂଜା ପାଆନ୍ତି ହନୁମାନ ?
1 min readସେ ଅନ୍ଧାରରେ ହେଉ କିମ୍ବା କେଉଁ ଭୂତ ପିସାଚଙ୍କ ଡରରେ ହେଉ କଳିଯୁଗରେ ଲୋକମାନଙ୍କ ମୁଖରୁ ଏହି ପରିସ୍ଥିତିଗୁଡିକରେ ଭଗବାନ ଶ୍ରୀରାମଙ୍କ ପରମଭକ୍ତ ହନୁମାନ ଜୀଙ୍କ ନାମ ଏବଂ ତାଙ୍କ ଚାଲିଶା ମନେପଡିଥାଏ । ତେବେ ତ୍ରେତୟାଯୁଗରେ ତାଙ୍କ ମହିମା ସଭିଙ୍କୁ ଜଣା । ଆପଣମାନେ ଜାଣିଛନ୍ତି କି କାହିଁକି ହନୁମାନଙ୍କୁ ଶନିବାର ପୂଜା କରାଯାଏ ? ସବୁ ଦେବା ଦେବୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ବାର ଧାର୍ଯ୍ୟ କରାଯାଇଛି । କିନ୍ତୁ ହନୁମାନଙ୍କୁ ପାଇଁ ୨ ଦିନ ଅର୍ଥାତ୍ ମଙ୍ଗଳବାର ଓ ଶନିବାର କାହିଁକି ?
ଏହା ଖୁବ୍ କମ୍ ଲୋକ ହିଁ ଜାଣନ୍ତି । ତେବେ ଚାଲନ୍ତୁ ଜାଣିବା କାହିଁକି ମଙ୍ଗଳବାର ସହ ଶନିବାର ପୂଜା ପାଆନ୍ତି ଭଗବାନ ହନୁମାନ । ହିନ୍ଧୁ ଧର୍ମ ଶାସ୍ତ୍ର ଅନୁସାରେ ତ୍ରେତୟା ଯୁଗରେ ଯେତେବେଳେ ଲଙ୍କା ପତି ରାବଣ ମାତା ସୀତାଙ୍କର ହରଣ କରି ଲଙ୍କା ନେଇଯାଇଥିଲେ । ସେତେବେଳେ ପ୍ରଭୁ ଶ୍ରୀରାମଙ୍କ ଆଜ୍ଞାକୁ ପାଳନ କରି ଭକ୍ତ ହନୁମାନ ମାତା ସୀତାଙ୍କୁ ଖୋଜିବାକୁ ବାହାରିଥିଲେ । କାରଣ ହନୁମାନ ହିଁ ସେ ସମୟରେ ଏଭଳି କିଛି ଚତ୍ମକାରୀ ଶକ୍ତିର ଭଣ୍ଡାର ଥିଲେ ଯିଏ ହଜାର ହଜାର କୋଷ ଯାଏ ଆକାଶ ମାର୍ଗରେ ଉଡିବାର କ୍ଷମାତା ରଖିଥିଲେ । ସେଥିପାଇଁ ଭଗବାନ ରାମ ତାଙ୍କୁ ଲଙ୍କା ପଠାଇଥିଲେ । ଆଉ ସର୍ବପ୍ରଥମେ ହନୁମାନ ହିଁ ଲଙ୍କାରେ ପାଦ ଦେଇଥିଲେ ମା ସୀତାଙ୍କୁ ଖୋଜିବା ପାଇଁ । କିନ୍ତୁ ଲଙ୍କାରେ ପହଞ୍ଚିବା ପରେ ହନୁମାନ ଦେଖିବାକୁ ପାଇଲେ ଯେ ସେଠାରେ ଲଙ୍କା ପତି ରାବଣ ନ୍ୟୟ ଓ ଧର୍ମର ଦେବତା ସନିଙ୍କୁ ମଧ୍ୟ ବନ୍ଧି ବନାଇ ରଖିଛି ।
ଏହାପରେ ହନୁମାନ ଶନିଙ୍କୁ ସାହାର୍ଯ୍ୟ କରି ସେଠାରୁ ତାଙ୍କୁ ମୁକ୍ତ କରିଥିଲେ । ଏନେଇ ଶନିଦେବ ହନୁମାନଙ୍କ ଉପରେ ପ୍ରଶନ୍ନ ହୋଇ , ହନୁମାନଙ୍କୁ ବରଦାନ ମାଗିବା ପାଇଁ କହିଥିଲେ । ସେ ସମୟରେ ହନୁମାନ ଜୀ ଶନିଦେବଙ୍କୁ ବରଦାନ ମାଗିଥିଲେ ଯେ ଶନିବାର ଯେଉଁ ଭକ୍ତ ମୋ ପୂଜା କରିବ ତାଙ୍କ ଉପରେ ଆପଣ କେବେ କୃ-ଦୃଷ୍ଟି ପକାଇବେ ନାହିଁ । ଏହାପରଠାରୁ ହିଁ ଶନିବାର ଶନିଦେବଙ୍କ ସହ ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଯେଉଁ ଭକ୍ତ ଶନିବାର ହନୁମାନଙ୍କ ପୂଜା କରେ ଶନିଦେବ ତା ଉପରେ ପ୍ରଶନ୍ନ ରୁହନ୍ତି ଏବଂ ତାଙ୍କୁ କେବେ କଷ୍ଟ ଦିଅନ୍ତି ନାହିଁ ।