Pratidin TV

Odisha's Digital News Platform

ଶ୍ମଶାନକୁ କାହିଁକି ଯାଆନ୍ତି ନାହିଁ କୌଣସି ମହିଳା ? ଏହା ପଛରେ ରହିଛି ଅନେକ କାରଣ…

1 min read

ଶ୍ମଶାନ ଘାଟ ସେହି ସ୍ଥାନ ଅଟେ ଯେଉଁଠି ମୃତ୍ୟୁ ମନୁଷ୍ୟଙ୍କର ଅନ୍ତିମ ସଂସ୍କାର କରାଯାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ କିଛି ଏମିତି ଜାଗା ଅଛି ଯେଉଁଠିକୁ କେବଳ ପୁରୁଷମାନେ ହିଁ ଯାଇ ପାରିବେ କିମ୍ବା ଏହିଭଳି କିଛି କାମ ଅଛି ଯାହାକୁ କେବଳ ପୁରୁଷମାନେ ହିଁ କରି ପାରିବେ । ଏହି କାମରେ ମହିଳାମାନଙ୍କୁ ଭାଗ ନେବା ପାଇଁ ମନା ଅଟେ । ଯେମିତି ଆମେ ସମସ୍ତେ ଜାଣିଛୁ କି ନଡିଆ କେବଳ ପୁରୁଷ ମାନେ ହିଁ ଭାଗନ୍ତି । ମହିଳାମାନେ କେବେ ବି ନଡିଆ ଭାଙ୍ଗନ୍ତି ନାହିଁ । ଠିକ ସେହି ଭଳି ଅନ୍ତିମ ସଂସ୍କାର ସମୟରେ ଶ୍ମଶାନରେ କେବଳ ପୁରୁଷମାନେ ଯିବେ ମହିଳା ମାନେ ଯାଇ ପାରିବେ ନାହିଁ । ତେବେ ତେବେ କାହିଁକି ସେମାନଙ୍କୁ ଶ୍ମଶାନ ମନା ଆସନ୍ତୁ ଜାଣିବା  ।

ମହିଳାମାନେ ଶ୍ମଶାନ ଘାଟ ନ ଯିବାର କାରଣ :

Advertisement

୧ – ଆମେ ସମସ୍ତେ ଜାଣିଛୁ କି ଅନ୍ତିମ ସଂସ୍କାରରେ ଯେଉଁ ଲୋକମାନେ ସାମିଲ ହୋଇଥାନ୍ତି ସେମାନେ ସମସ୍ତେ ଲଣ୍ଡା ହୋଇଥାନ୍ତି । କିନ୍ତୁ ମହିଳା ମାନଙ୍କୁ ଏହାର ଅନୁମତି ନାହିଁ ।

୨ – ଗୋଟିଏ ମହିଳାର ହୃଦୟ ଗୋଟିଏ ପୁରୁଷର ହୃଦୟ ଠାରୁ ବହୁତ ନରମ ହୋଇଥାଏ । ସେଥିପାଇଁ ସେ କୌଣସି ଦୁଖକୁ ଦେଖି ପାରନ୍ତି ନାହିଁ । ଯଦି ଶ୍ମଶାନ ଘାଟରେ କିଏ ଯଦି କାନ୍ଦୁ ଥାଏ ତେବେ ଯେଉଁ ମଣିଷର ଦାହ ସଂସ୍କାର ହେଉଛି ତାହାର ଆତ୍ମାକୁ ଶାନ୍ତି ମିଳେ ନାହିଁ । କିନ୍ତୁ ମହିଳାମାନେ କାହାକୁ ଜଳୁଥିବାର ଦେଖିବେ ଆଉ କାନ୍ଦିବେ ନାହିଁ, ଏହା କେବେ ବି ହୋଇ ପାରିବ ନାହିଁ ।

୩. ଅନ୍ୟ କାରଣ ହେଉଛି, ମହିଳା ମାନଙ୍କର ହୃଦୟ ବହୁତ କୋମଳ ହୋଇଥିବାରୁ ସେମାନେ ଯଦି ମୃତ୍ୟୁ ପରେ ମଣିଷର ଚିତାକୁ ଦେଖି ଡରି ଯାଆନ୍ତି ତେବେ ତାହା ବହୁତ ବଡ ସମସ୍ୟା ହୋଇଯାଏ ।

୪. ଶ୍ମଶାନରେ ମୃତ ବ୍ୟକ୍ତିର ଦାହ ସଂସ୍କାର ପରେ ଆସିଥିବା ପୁରୁଷଙ୍କର ଗୋଡ ଧୋଇବା ଏବଂ ସ୍ନାନ କରିବା ପାଇଁ ଘରେ ମହିଳାମାନଙ୍କର ଘରେ  ରହିବା ଆବଶ୍ୟକ ଅଟେ ।

୫. ଏହି କଥାକୁ ତ ଆମେ ସମସ୍ତେ ଜାଣିଛୁ କି ଶ୍ମଶାନ ଘାଟରେ ଆତ୍ମା ବାସ କରନ୍ତି, ଏବଂ ପ୍ରାୟତଃ ଆତ୍ମା ମହିଳାମାନଙ୍କ ଶରୀରରେ ପ୍ରବେଶ କରିଥାନ୍ତି । ଏବଂ ଏହା ବି ଏକ ସମସ୍ୟା ଅଟେ ।

ଉପୋରକ୍ତ ଏହି ୫ ଟି କାରଣ ଯୋଗୁ ମହିଳା ମାନଙ୍କୁ ଶ୍ମଶାନରେ ଯିବା ପାଇଁ ଅନୁମତି ମିଳେ ନାହିଁ । ଏହି ସବୁ କାରଣ ଧାର୍ମିକ ଆସ୍ଥା ଉପରେ ନିର୍ଭର ଅଟେ ।

Leave a Reply

Your email address will not be published. Required fields are marked *