Pratidin TV

Odisha's Digital News Platform

କାହିଁକି ନଭେମ୍ବର ୧୪ରେ ପାଳନ ହୁଏ ଶିଶୁ ଦିବସ ?

1 min read

Why is Children's Day celebrated on November 14?

ଆଜି ଶିଶୁ ଦିବସ । ଏନେଇ ଦେଶର କୋଣଅନୁକୋଣରେ , ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ପ୍ରତି ମୁହୁର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ ।

Advertisement

ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ ଏବଂ ସଦଗତିରେ ଯିବା ପାଇଁ ପରାମର୍ଶ ମଧ୍ୟ ଦେଉଥିଲେ । ତେଣୁ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

ଭାରତରେ ଜବାହାରଲାଲ ନେହେରୁଙ୍କ ନିଧନ ପରେ ଶିଶୁ ଦିବସ ପାଳନ କରାଯାଇଥିଲା | କାରଣ ତାଙ୍କର ଶିଶୁ ମାନଙ୍କ ପ୍ରତି ଭଲପାଇବା ଦେଖି ଏହି ଦିନ ଶିଶୁ ଦିବସ ଘୋଷଣା କରାଯାଇଥିଲା | ୨୭ ମେ ୧୯୬୪ ମସିହାରେ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତି ତାଙ୍କ ଭଲପାଇବାକୁ ଦେଖି ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ଚାଚା ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ସର୍ବସମ୍ମତି ଦ୍ୱାରା ଏହା ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *