Pratidin TV

Odisha's Digital News Platform

କାହିଁକି ମାଆଙ୍କ ମୂର୍ତ୍ତି ନିର୍ମାଣରେ ଲୋଡ଼ା ବେଶ୍ୟାଳୟ ମାଟି ? ଜାଣନ୍ତୁ ଏହା ପଛର କାରଣ ..

1 min read

ପାର୍ବଣ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି ।ଆଜି ବିଳମ୍ବିତ ରାତିଠାରୁ ପୂଜା ପାଇବେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା । ଯେଉଁଥିପାଇଁ ମୂର୍ତି କାରିଗର ଲାଗିପଡିଛନ୍ତି ମୂର୍ତି ଗଢିବାରେ , ଅନ୍ୟପଟେ ପ୍ରସ୍ତୁତ ହେଉଛି ପୂଜା ମଣ୍ଡପ । ଶାରଦୀୟ ଦୂର୍ଗାପୂଜାର ପରମ୍ପରା ଭିତରେ ବହୁବର୍ଷ ଧରି ଏକ ବିଧି ଚଳିଆସୁଛି । ମାଆଙ୍କ ପୂଜାରେ ଲାଗେ ବେଶ୍ୟାଳୟ ମାଟି । ପରମ୍ପରା ଅନୁସାରେ ଘଟ ପ୍ରତିଷ୍ଠା ପାଇଁ ବ୍ୟବହାର ହୁଏ ସପ୍ତମାଟି । ଆଉ ବେଶ୍ୟାଳୟ ମାଟିରେ ସ୍ନାନ କରିବା ପରେ ମାଆଙ୍କ ପ୍ରତିମା ଶୁଦ୍ଧ ହୁଏ ବୋଲି ବିଶ୍ୱାସ ରହିଛିା

ଦେହ ବ୍ୟବସାୟ ଆମ ଦେଶରେ ବେଆଇନ ନୁହେଁ । ତଥାପି ସମାଜରେ ଏହି ଶ୍ରେଣୀ ଗ୍ରହଣୀୟ ହୋଇପାରନ୍ତି ନାହିଁ । କିନ୍ତୁ ଶାରଦୀୟ ଦୂର୍ଗାପୂଜାରେ ବେଶ୍ୟାଳୟ ମାଟିର ଆବଶ୍ୟକତା ଦେହଜୀବୀଙ୍କ ସାମାଜିକ ସମ୍ମାନକୁ ବଢାଇ ଦିଏ । ତେବେ ଆସନ୍ତୁ ଜାଣିବା ମା’ ଦୁର୍ଗାଙ୍କର ମୂର୍ତ୍ତି କାହିଁକି ବେଶ୍ୟାଳୟ ମାଟିରୁ ତିଆରି ହୁଏ?

Advertisement

ସାଧାରଣତଃ ବେଶ୍ୟାମାନଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ଏନେଇ ସେମାନଙ୍କ ସମାଜ ପ୍ରତି ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ନେଇ ମା’ ଦୁର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ପ୍ରାଙ୍ଗଣର ମାଟିରୁ ନିର୍ମିତ ହୁଏ, ଯାହା ଦ୍ୱାରା ସେମାନଙ୍କର ଗୁରୁତ୍ୱ ମଧ୍ୟ ବଢିପାରେ ଏବଂ ତାଙ୍କୁ ମଧ୍ୟ ପବିତ୍ର ବିବେଚନା କରାଯାଏ।

ବେଶ୍ୟାଳୟ ମାଟିରୁ ଦୁର୍ଗା ମା’ଙ୍କ ପ୍ରତିମା ତିଆରି କରିବା ପଛରେ ଅନେକ ବିଶ୍ୱାସ ମଧ୍ୟ ଅଛି। ବିଶ୍ୱାସ କରାଯାଏ ଯେ ଦଶହରାରେ ନାରୀର ୯ଟି ରୁପକୁ ପୂଜା କରିବାର ପରମ୍ପରା ଅଛି। ଯାହାକୁ କୁହାଯାଏ ‘ନବକନ୍ୟା’। ଏହି ‘ନବକନ୍ୟା’ ମଧ୍ୟରେ ବେଶ୍ୟା ମଧ୍ୟ ଅନ୍ୟତମ । ତେଣୁ ନାରୀର ଏହି ସ୍ୱରୁପକୁ ସମ୍ମାନ ଦେବାପାଇଁ ବେଶ୍ୟାଳୟରୁ ମାଟି ଅଣାଯାଏ । ଆହୁରି ମଧ୍ୟ ଏକ ବିଶ୍ୱାସ ରହିଛି ପ୍ରତେକ ମଣିଷର କାନ୍ଧରେ ମା’ ଲକ୍ଷ୍ମୀ ବାସ କରନ୍ତି। ହେଲେ ବେଶ୍ୟାଳୟକୁ ଯାଉଥିବା ବ୍ୟକ୍ତି କାନ୍ଧରୁ ଓହ୍ଲାଇ ଯାଆନ୍ତି । ମା’ବେଶ୍ୟାଳୟର ଦ୍ୱାରଦେଶରେ ଓହ୍ଲାଇ ଯାଉଥିବାରୁ ଏହା ପବିତ୍ର ପାଲଟି ଯାଏ। ତେଣୁ ସେହି ପବିତ୍ର ମାଟିକୁ ମା’ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଣାଯାଇଥାଏ।

Leave a Reply

Your email address will not be published. Required fields are marked *