Pratidin TV

Odisha's Digital News Platform

କାହିଁକି କେରଳ ମନ୍ଦିରରେ ବ୍ୟାନ ଏହି ଫୁଲ ?

କେରଳ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ମନ୍ଦିର ଟ୍ରଷ୍ଟ ମନ୍ଦିରରେ ଏକପ୍ରକାର ପ୍ରଜାତି ଫୁଲ ଅର୍ପଣ କିମ୍ବାପୂଜା କରିବାକୁ ବାରଣ କରିଛନ୍ତି | ଏହି ମନ୍ଦିର ଟ୍ରଷ୍ଟ ଗୁଡିକ ୨୫00ରୁ ଅଧିକ ମନ୍ଦିରର ଯତ୍ନ ନିଅନ୍ତି | ବାସ୍ତବରେ ୧ ଫୁଲ ଉପରେ ଲାଗିଛି କଟକଣା | ଅଲପପୁଝା ଜିଲ୍ଲାର ମହିଳାଙ୍କ ମୃତ୍ୟୁ ପରେ ୨ଟି ମନ୍ଦିର ପ୍ରଶାସନ ଟ୍ରଷ୍ଟ ପକ୍ଷରୁ ଓଲିଣ୍ଡର ଫୁଲକୁ ମନ୍ଦିର ପୂଜା କାର୍ଯ୍ୟରେ ଲାଗୁ ନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି | ତେବେ କେରଳରେ ଓଲିଣ୍ଡର ଫୁଲ ଅରଲି ଓ କନଭୀରମ ନାମରେ ପରିଚିତ | ବିଭିନ୍ନ ରଙ୍ଗରେ ଫୁଟିଥାଏ ଏହି ଫୁଲ |

ତେବେ ସୂଚନା ଅନୁସାରେ ୨୪ ବର୍ଷୀୟ ସୂର୍ଯ୍ୟ ସୁରେନ୍ଦ୍ରନ ନାମକ ଜଣେ ନର୍ସ ତାଙ୍କ ଘର ସାମ୍ନାରେ ଲାଗିଥିବା ଓଲିଣ୍ଡର ଫୁଲ ଓ ପତ୍ରକୁ ଖାଇଦେଇଥିଲେ ଯାହା ପରେ ତାଙ୍କର ବାନ୍ତି ହୋଇଥିଲା | ତା’ପରା ଦିନ ବ୍ରିଟେନ ଯିବା ପାଇଁ ସୁରେନ୍ଦ୍ରନ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲେ | ସେଥାରେସେ ହଠାତ ଚେତାଶୂନ୍ୟ ହେବ ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା | କିନ୍ତୁ ମେଡିକାଲରେ ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା | ସେହିପରି ସେହି ଫୁଲ, ପତ୍ର ଖାଇ ଗାଈ ଏବଂ ବାଛୁରୀର ମଧ୍ୟ ହୋଇଥିଲା ମୃତ୍ୟୁ |

ପରେ ତଦନ୍ତ ଏବଂ ଯାଞ୍ଚ କରିବା ପରେ ଜଣାପଡିଥିଲା, ଓଲିଣ୍ଡର ଫୁଲ ଏବଂ ପତ୍ରରେ ବିଷାକ୍ତ ତତ୍ତ୍ୱ ରହିଛି | ଏହି ଫୁଲ ପତ୍ର ମଣିଷ ଏବଂ ଜୀବଜନ୍ତୁ ହୃତପିଣ୍ଡ ଉପରେ ପ୍ରଭାବ ପକାଇଥାଏ | ଯାହାପରେ ମୃତ୍ୟୁବରଣ ହୋଇଥାଏ | ଏପରି ବଡ଼ ଦୁର୍ଘଟଣା ପରେ ରାଜ୍ୟସରକାରଙ୍କ ମନ୍ଦିର ଟ୍ରଷ୍ଟ ନିଷ୍ପତି ନେଇଥିଲା ଯେ ଏହି ଫୁଲଗୁଡିକ ମନ୍ଦିରରେ ଅର୍ପଣ କରାଯିବ ନାହିଁ |

Leave a Reply

Your email address will not be published. Required fields are marked *