Pratidin TV

Odisha's Digital News Platform

କାହିଁକି ଦୂର ହୁଏନି ଭୟର ସ୍ମୃତି : ଜାଣନ୍ତୁ କଣ କହୁଛି ବିଜ୍ଞାନ

1 min read

ନୂଆଦିଲ୍ଳୀ: ଖୁସି ଏବଂ ଦୁଃଖ ମାନବ ଜୀବନର ଏକ ଅଂଶ । ଜୀବନରେ କିଛି ଖୁସିର ସ୍ମୃତି ରହିଥିବା ବେଳେ କିଛି ଦୁଃଖର ସ୍ମୃତି ମଧ୍ୟ ରହିଥାଏ । ତେବେ ଦୁଃଖ ସହିତ ଜଡିତ ସ୍ମୃତି ଗୁଡିକ ସହଜରେ ଭୁଲି ହୋଇନଥାଏ । କାହିଁକି ଦୁଃଖ ସହିତ ଜଡିତ ସ୍ମୃତି ଭୁଲି ହୋଇନଥାଏ ତା ଉପରେ ପ୍ରକାଶ ପାଇଛି ଏକ ରିସର୍ଚ୍ଚ ରିପୋର୍ଟ । ଟୁଲାନେ ୟୁନିଭର୍ସିଟି ସ୍କୁଲ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଓ ଟଫ୍ସ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନ୍ ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷା କରାଯାଇଥିଲା ।

ଏହି ରିସର୍ଚ୍ଚରେ ଭୟଭୀତ ହେବା ସମୟରେ ମଣିଷ ମସ୍ତିଷ୍କରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଛି । ମଣିଷ ଚିନ୍ତାରେ ଥିବା ବେଳେ ନୋରେପାଇନ୍‌ନେଫ୍ରିପନ୍ ନାମକ ରସ କ୍ଷରଣ ହୋଇଥାଏ । ଏହାଦ୍ୱାରା ଏକ ପ୍ରକାର ବୈଦ୍ୟୁତିକ ତରଙ୍ଗ ପ୍ରବାହିତ ହୁଏ । ଏହିୀ ବୈଦ୍ୟୁତିକ ତରଙ୍ଗ ମଣିଷକୁ ବିଚଳିତ କରି ଦେଇଥାଏ । ଟୁଲାନେ ସ୍କୁଲର ମଲେକ୍ୟୁଲାର ବାୟୋଲୋଜି ପ୍ରଫେସର ଜେଫେରି ଟାସ୍କରଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲାଗିଥାଏ ତାହେଲେ ନୋରେପାଇନ୍‌ନେଫ୍ରିପନ୍ କ୍ଷରଣ ହେବା ସହିତ ଶରୀରରେ ଆଡ୍ରେନାଲିନ୍ ରସ୍ ବୃଦ୍ଧି ପାଇଥାଏ । ଏହି ସବୁ କାରଣରୁ ଭୟ ସମୟରେ ସୃଷ୍ଟି ହୋଇଥିବା ସ୍ମୃତି ଆମର ମସ୍ତିଷ୍କରେ ଦୀର୍ଘ ଦିନ ଯାଏଁ ସତେଜ ରହିଥାଏ ।

Advertisement

Leave a Reply

Your email address will not be published. Required fields are marked *