Pratidin TV

Odisha's Digital News Platform

କାହିଁକି ହାରିଲେ କମଲା ହାରିସ? ରହିଛି ଏହି ପାଞ୍ଚ କାରଣ …

1 min read

ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି । ପ୍ରାୟ ୨୭୭ ଇଲେକ୍ଟ୍ରୋରାଲ ଭୋଟରେ ସେ ଜିତି ପୁଣିଥରେ ରାଷ୍ଟ୍ରପତି ଆସନରେ ବସିଛନ୍ତି । ଏତେ ମାତ୍ରାରେ ଭୋଟ ପାଇ ସେ କମଲା ହାରିସକୁ ହରାଇଛନ୍ତି । ସେପଟେ କମଲା ହାରିସଙ୍କୁ ମାତ୍ର ୨୨୬ ଟି ଇଲେକ୍ଟ୍ରୋରାଲ ଭୋଟ ମିଳିଛି । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଙ୍କୁ ଆମେରିକାରେ ପରାଜୟ ହୋଇଛନ୍ତି । ଶେଷ ପର୍ଯ୍ଯନ୍ତ ତାଙ୍କୁ ଦମଦାର ପ୍ରାର୍ଥୀ କୁହାଯାଉଥିଲେ ବି କମଲା ଶେଷରେ ପରାଜୟ ସ୍ୱୀକାର କରିଛନ୍ତି । ରିପୋର୍ଟ ଅନୁସାରେ ଇଲେକ୍ଟ୍ରୋରାଲ ଭୋଟର ଗଣତି ଶେଷ ହେଲେ ଟ୍ରମ୍ପ ମୋଟ ୩୦୬ ଭୋଟ ପାଇବେ ବୋଲି ମଧ୍ଯ ଆକଳନ କରାଯାଉଛି । ସେପଟେ କମଲାଙ୍କୁ ପ୍ରାୟ ୨୩୨ ଟି ଇଲେକ୍ଟ୍ରୋରାଲ ଭୋଟ ମିଳିବ ।

ତେବେ କ’ଣ ପାଇଁ ଏତେ ଲୋକପ୍ରିୟ ମନାଯାଉଥିବା କମଲା ଶେଷରେ ପରାଜୟ ର ସ୍ୱାଦ ଚାଖିଲେ । କମଲା ହାରିସଙ୍କୁ ମହିଳାଙ୍କ ସହ ଏସିଆ ସମୁଦାୟର ମଧ୍ଯ ସମର୍ଥନ ଥିଲା । ମାତ୍ର ସେ ଡୋନାଲ୍ଡ ଟ୍ରମ୍ପ ସାମ୍ନାରେ ବାଧ୍ଯ ହୋଇଛନ୍ତି ହାରିବା ପାଇଁ । ଏହି ପାଞ୍ଚ କାରଣ ପାଇଁ ହିଁ ଡୋନାଲ୍ଡ ଟ୍ରମ୍ପ ଙ୍କ ଠୁ ହାରିଛନ୍ତି କମଲା ।

Advertisement

ଆମେରିକାରେ ମତଦାତା ଆର୍ଥିକ ଅର୍ଥ ବ୍ଯବସ୍ଥାକୁ ବେଶ୍ ଗୁରୁତ୍ତ୍ୱ ଦେଇଥାନ୍ତି । ଟ୍ରମ୍ପଙ୍କୁ ଆର୍ଥିକ ମାମଲା କ୍ଷେତ୍ରରେ ଅଧିକ ଅନୁକୂଳ ଭାବରେ ଦେଖାଯାଏ ଆମେରିକାରେ । ମତଦାତାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆର୍ଥିକ ନୀତିରେ କମଲାଙ୍କଠୁ ବେଶୀ ଟ୍ରମ୍ପଙ୍କ ଉପରେ ଭରସା କରନ୍ତି ।ଫଳରେ ସ୍ୱିଂ ଭୋଟ ଅନେକାଂଶରେ ଡୋନାଲ୍ଡଙ୍କ ଆଡକୁ ଢଳିଲା ।

ହାରିସଙ୍କୁ ବିଶ୍ୱାସ କଲେନି ମତଦାତା : କହିରଖୁ, ଟ୍ରମ୍ପ ବିଶେଷରୂପରେ ଶ୍ୱେତ ମତଦାତାଙ୍କ ମଧ୍ଯରେ ଏକ ଅନୁକୂଳତା ସୃଷ୍ଟି କରି ପାରିଥିଲେ । ଫଳରେ ହାରିସଙ୍କଠୁ ସେ ଅଧିକ ଆଗରେ ଥିଲେ । ତାହାସହ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଭୋଟର ଧୋକା ଦେଇ ନ ଥାଆନ୍ତି । ଏହି ମାମଲାରେ ହାରିସଙ୍କଠୁ ବେଶୀ ମତଦାତା ଟ୍ରମ୍ପଙ୍କ ଉପରେ ଭରସା ରଖନ୍ତି ।

ସେହିଭଳି ସ୍ୱିଂ ଭୋଟିଂକୁ ଯଦି ଦେଖାଯାଏ, ତେବେ ତାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାଗ୍ଯଶାଳୀ ବିବେଚିତ ହେଲା । ଇଲେକ୍ଟ୍ରୋରାଲ ଭୋଟ ଅଧିକ ସଂଖ୍ଯାରେ ତାଙ୍କ ଆଡକୁ ଚାଲିଯାଇଥିଲା । ହାରିସ ପ୍ରଭାବଶାଳୀ ଭାବରେ ଏ କ୍ଷେତ୍ରରେ ସମର୍ଥନ ଜୁଟାଇ ପାରି ନଥିଲେ ।

ଏହାସହିତ ହାରିସଙ୍କୁ ପ୍ରାର୍ଥୀ କରିବା ପରେ ଅନେକ ଡେମୋକ୍ରାଟିକ ମତଦାତା ଅସନ୍ତୁଷ୍ଟ ଥିଲେ । କାରଣ ସେମାନେ ଭାବୁଥିଲେ ଯେ, ଡେମୋକ୍ରେଟିକ ପାର୍ଟି ଦୀର୍ଘ ୪ ବର୍ଷରୁ ଆମେରିକାକୁ ମଜବୁତ ନେତୃତ୍ୱ ଦେଇ ନଥିଲା । ଫଳରେ ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ପାଇଁ ମଜବୁତ ବିକଳ୍ପ ଭାବରେ ଉଭା ହେଲେ ।

କୁହାଯାଉଛି ହାରିସ ଙ୍କ ଭାଷଣ ପାଇଁ ମଧ୍ୟ ପରାଜୟ ର ସାମ୍ନା କରିଛନ୍ତି । ତାଙ୍କ ଭାଷଣକୁ ଅସ୍ପଷ୍ଟ ଓ ଅନିର୍ଣ୍ଣାୟକ ବୋଲି କୁହାଯାଉଛି। ସାର୍ବଜନିକ ସ୍ଥାନମାନଙ୍କରେ ଉପସ୍ଥିତ ହେଉଥିବା ବେଳେ ହାରିସ ଙ୍କ ଅସ୍ପଷ୍ଟ ପ୍ରତିକ୍ରିୟା ବୋଧହୁଏ ଭୋଟରଙ୍କୁ ହତାସ କଲା ଓ ଭୋଟର ଦୂରେଇଗଲେ। ସେହିପରି ଜଣେ ପ୍ରାର୍ଥୀଭାବେ ତାଙ୍କ ଯୋଗ୍ୟତାକୁ ନେଇ ମଧ୍ୟ ସେ ଦ୍ୱନ୍ଦ୍ୱରେ ଥିଲେ। ଏହାର ବିପରୀତ ଟ୍ରମ୍ପଙ୍କ ପ୍ରତ୍ୟେକ ଭାଷଣ ତାଙ୍କ ଭୋଟରଙ୍କୁ ଆକର୍ଷିତ କରିବା ଭଳି ଥିଲା।

Leave a Reply

Your email address will not be published. Required fields are marked *