Pratidin TV

Odisha's Digital News Platform

ଖ୍ରୀଷ୍ଟମାସ୍ ରୁ ନୁଆବର୍ଷ ମଧ୍ୟରେ ଭାଙ୍ଗେ ଅଧିକାଂଶ ପ୍ରେମ ସମ୍ପର୍କ…

1 min read

ଖ୍ରୀଷ୍ଟମାସ୍ ରୁ ନୁଆବର୍ଷ ମଧ୍ୟରେ ଆମେ ଅଧିକାଂଶ ସମୟ ଆମ ପରିବାର କିମ୍ବା ପ୍ରିୟଜନଙ୍କ ସହ ବିତାଇବାକୁ ପସନ୍ଦ କରୁ । କିନ୍ତୁ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଏହି ସମୟରେ ଅନେକ ନିଜ ପ୍ରେମ ସମ୍ପର୍କକୁ ନେଇ ଦ୍ୱନ୍ଦରେ ପଡିଥିବାର ମଧ୍ୟ ଦେଖାଯାଏ । କିଛି ଲୋକ ଖ୍ରୀଷ୍ଟମାସ ମାଧ୍ୟମରେ ଏକ ସମ୍ପର୍କ ବଜାୟ ରଖିବାକୁ ପସନ୍ଦ କରନ୍ତି କିନ୍ତୁ ଏହାକୁ ନୂଆ ବର୍ଷ ପୂର୍ବରୁ ଶେଷ କରନ୍ତି । ଏଠାରେ ଥିବା ତର୍କ ହେଉଛି ଏକ ସମ୍ଭାବ୍ୟ ଆନନ୍ଦଦାୟକ ଘଟଣାରେ ପାରିବାରିକ ଯନ୍ତ୍ରଣାକୁ ରକ୍ଷା କରିବା କିନ୍ତୁ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ସମ୍ପର୍କକୁ ଶେଷ କରିବା । ଏହି ସମୟ ମଧ୍ୟରେ ଅଧିକାଂଶ ଲୋକଙ୍କ ମଧ୍ୟରେ ଛାଡ଼ପତ୍ର ହେଉଥିବାର ମଧ୍ୟ ଦେଖାଯାଏ ।


ଏସେକ୍ସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୪୪୭ ଲୋକଙ୍କୁ ନେଇ ଏକ ପରୀକ୍ଷଣ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ ୨୭ଟି କାରଣ ଦେଖାଯାଇଥିଲା । ଅଧ୍ୟୟନ ଅନୁଯାୟୀ ଲୋକ ମାନେ ପାଖରେ ରହିବାର କାରଣ ଗୁଡ଼ିକ ମଧ୍ୟରେ କିଛି ଭାବନାତ୍ମକ କିମ୍ବା ଶାରିରୀକ ଅନ୍ତରଙ୍ଗତା, ପାରିବାରିକ କର୍ତ୍ତବ୍ୟ ଓ ଆର୍ôଥକ ସାହାର୍ଯ୍ୟ ଥିବାବେଳେ ଉଚ୍ଛେଦ ହେବାର କାରଣ ବିଶ୍ୱାସଘାତକତା, ଯୌନକ୍ରିୟାରେ ଅସନ୍ତୋଷ, ନିୟମିତ ଝଗଡା, ଜୀବନସାଥୀର ବ୍ୟକ୍ତିତ୍ୱରେ ନାପସନ୍ଦ ଇତ୍ୟାଦି ରହିଥିଲା । ସାଧାରଣତଃ ଲୋକ ଭବିଷ୍ୟତର ଜୀବନ କିଭଳି ସୁଖମୟ ହେବ ସେନେଇ ଗୁରୁତ୍ୱ ଦେଇଥାନ୍ତି । ଏଣୁ ସମ୍ପର୍କକୁ ଆଗକୁ ନେବା ପୂର୍ବରୁ ଇମୋସନାଲ୍ ଓ ଫାନାସିଆଲ୍ ସ୍ଥିତିକୁ ବିଚାରକୁ ନେଇଥାନ୍ତି । ଯେତେବେଳେ ଜଣେ ଭାବେ କି ସେ ଆଉ କେଉଁଠି ସେହିଭଳି ବ୍ୟାଙ୍କ୍ ଆକାଉଣ୍ଟ୍‌, ପିଲାମାନଙ୍କ ପାଇଁ ସ୍ନେହ କିମ୍ବା ସେହିଭଳି ଘର ପାଇବ ନାହିଁ ସେତେବେଳେ ସେ ତା ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରେ । ଯେତେବେଳେ ନିଜ ଆବଶ୍ୟକତାରେ ଜଣେ ସନ୍ତୁଷ୍ଟ ନଥାଏ ସେତିକିବେଳେ ହିଁ ସେ ତା’ ଜୀବନସାଥୀ ଠାରୁ ଅଲଗା ହୋଇଯାଏ ।ଦ୍ୱିତୀୟତଃ ବହୁ ସମ୍ପର୍କରେ ଜଣେ ଅନ୍ୟ ଜଣଙ୍କୁ କଷ୍ଟ ନଦେବାକୁ ଚାହାନ୍ତିନାହିଁ । ଏଣୁ ସେମାନେ ସମ୍ପର୍କ ଭାଙ୍ଗିନଥାନ୍ତି । ଏଥିସହ ବିଚ୍ଛେଦ ପୂର୍ବରୁ ସାମାଜିକ ମାନସମ୍ମାନକୁ ନଜରରେ ରଖି ନିଷ୍ପତ୍ତି ନିଅନ୍ତି ।

Advertisement

Leave a Reply

Your email address will not be published. Required fields are marked *