Pratidin TV

Odisha's Digital News Platform

୪୧ ଶ୍ରମିକଙ୍କୁ ଉଦ୍ଧାର କରି ଜିତିଥିଲେ ହୃ୍‌ଦୟ, ହେଲେ ଫେରାଇ ଦେଲେ ୫୦ ହଜାର ଟଙ୍କାର ଚେକ୍‌…

1 min read

ଉତ୍ତରାଖଣ୍ଡ ଉତ୍ତରକାଶି ଟନେଲ ଟ୍ରାଜେଡି ଘଟଣା । ଉତ୍ତରାଖଣ୍ଡର ସିଲ୍କିରା-ବାରକୋଟ ଟନେଲର ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହୃ୍‌ଦୟ ଜିତିଥିଲେ ରାଟ ହୋଲ ମାଇନର୍ସ । ଏବେ ପୁଣି ଥରେ ଚର୍ଚ୍ଚାରେ ଏହି ରାଟ୍ ହୋଲ ମାଇନର୍ସ ଟିମ । ଶ୍ରମିକଙ୍କ ଜିବନ ରକ୍ଷା କରିଥିବାରୁ ସରକାର ସେମାନଙ୍କୁ ଦେଇଥିବା ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ଟିମର ସଦସ୍ୟ ମାନେ । ଏବଂ ଏହାକୁ ଅବହେଳାର ପ୍ରତୀକ ବୋଲି କହିବା ସହ ରାଜ୍ୟ ସେମାନଙ୍କ ପାଇଁ ଅଧିକ କିଛି କରିବା ଉଚିତ ବୋଲି ସେମାନେ କହିଛନ୍ତି ।

ସିଲ୍କିଆରା-ବାରକୋଟ୍ ଟନେଲ୍ ଭୁଶୁଡ଼ିବାର ଦୁଇ ସପ୍ତାହରୁ ଅଧିକ ସମୟ ଲାଗିଥିବା ବେଳେ ଯେତେବେଳେ ୪୦ ମିଟରରୁ ଅଧିକ ଆବର୍ଜନା ଦେଇ ଖୋଳିବା ପରେ ବିରାଟ ମେସିନ୍ ଭାଙ୍ଗିଗଲା, ସେତେବେଳେ ଏହି ‘ରାଟ୍ ମାଇନର୍ସ’ ଗୋଷ୍ଠୀ ଙ୍କୁ ଅଳିଆ ଆବର୍ଜନା ଖୋଳିବାରେ ସକ୍ଷମ ହୋଇଥିଲେ । ସମସ୍ତ ବାଧାବିଘ୍ନରେ ପରେ ମଧ୍ୟ ସେମାନେ ଆବର୍ଜନା ଖୋଳିଥିଲେ । ବର୍ତ୍ତମାନ ଉଦ୍ଧାର ହେବାର ସପ୍ତାହେ ପରେ ଖଣି ମାଲିକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଗୁରୁବାର ଦିନ ଭେଟିଥିଲେ । ଯେଉଁଠାରେ ରାଜ୍ୟ ସରକାର ସେମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଖଣି ମାଲିକମାନେ ଚେକ୍ ଗ୍ରହଣ କରିଥିବାବେଳେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ କହିଥିଲେ ଯେ ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ଆମ ବନ୍ଧୁ ପରିଜନଙ୍କ କଥା ମଧ୍ୟ ଶୁଣି ନଥିଲୁ । କାରଣ ଆମ ପାଇଁ ଶ୍ରମିକମାନଙ୍କର ଜୀବନ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ ଥିଲା । ଭିତରୁ ଉଦ୍ଧାର ହୋଇଥିବା ଲୋକଙ୍କୁ ତୁରନ୍ତ ସିଏମ ଦ୍ୱାରା ୧ ଲକ୍ଷ ଟଙ୍କା ଚେକ୍ ଦିଆଯାଇଥିଲା, କିନ୍ତୁ ଆମ ଜୀବନକୁ ଲାଇନରେ ରଖି ଆମ ପାଇଁ ସେମାନେ ୫୦,୦୦୦ ଟଙ୍କା ଦେଉଛନ୍ତି । ତେବେ ଆମେ ଉଠାଇଥିବା ରିସ୍କ ଆଗରେ ଏହି ଚେକ୍ ଖୁବ ମାମୁଲି ବୋଲି କହିଛନ୍ତି ମାଇନର୍ସ । କିନ୍ତୁ ସେଠାରେ ଥିବା ଅଧିକାରୀମାନେ ଦୁଇ ଦିନରେ ରାଟ୍ ହୋଲ ମାଇନର୍ସ ଟିମର ସଦସ୍ୟ ମାନଙ୍କୁ ନୂଆ ପୁରସ୍କାର ରାଶି ଘୋଷଣା କରିବାକୁ ଆଶ୍ୱସନା ଦେଇଥିଲେ । ଏହାରି ମଧ୍ୟରେ ଦୁଇ ତିନି ଦିନ ବିତି ଯଯାଇଥିଲେ ସୁଦ୍ଧା କୌଣସି ଘୋଷଣା ହୋଇନଥିଲା ।ଯଦି ପ୍ରତିଶ୍ରୁତି ପୂରଣ ନହୁଏ ତେବେ ସରକାରଙ୍କୁ ଚେକ୍ ଫେରାଇ ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *