Pratidin TV

Odisha's Digital News Platform

ଆପଣ ଜାଣନ୍ତି କି କର୍ଣ୍ଣଙ୍କ କେଉଁ ଗୁଣ ପାଇଁ ଶ୍ରୀକୃଷ୍ଣ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ…

1 min read

ମହାଭାରତ କାହଣୀ ବିଷୟରେ ଆମେ ସମସ୍ତେରେ କିଛି ନା କିଛି ଶୁଣିଥିବା । ଏହାର ଜଟିଳତା ବା ଦ୍ୱନ୍ଦପୂର୍ଣ୍ଣ ପରିସ୍ଥିତି ବିଷୟରେ ପ୍ରାୟତଃ ସମସ୍ତଙ୍କର ଜ୍ଞାନ ରହିଥିବା । ତେବେ ଆପଣ ମାନେ ନିଶ୍ଚିତ କର୍ଣ୍ଣଙ୍କ ବିଷୟରେ ଶୁଣିଥିବେ । ଆମେ ସମସ୍ତେ ଜାଣୁ ଯେ ସେ କୁନ୍ତିଙ୍କର ପୁତ୍ର ଅଟନ୍ତି । ମହାଭାରତରେ ଶ୍ରୀକୃଷ୍ଣ , ପାଣ୍ଡବ, କୌରବଙ୍କ ପରେ ଯଦି କେହି ଶକ୍ତିଶାଳୀ ଥିଲେ ତେବେ ସେ ହେଉଛନ୍ତି ମହାବଳୀ କର୍ଣ୍ଣ । ଖାଲି ମହାବଳୀ ନୁହଁନ୍ତି ତା ସହିତ କର୍ଣ୍ଣ ଜଣେ ବଡ ଦାନବୀର ମଧ୍ୟ ଥିଲେ । ଯେଉଁଥିପାଇଁ ତାଙ୍କୁ ଦାନବୀର କର୍ଣ୍ଣ ମଧ୍ୟ କୁହାଯାଉଥିଲା । କିନ୍ତୁ ଆପଣମାନେ ଜାଣିଛନ୍ତି କି କର୍ଣ୍ଣଙ୍କର ମୃତ୍ୟୁ ପରେ ଶ୍ରୀ କୃଷ୍ଣ କାହିଁକି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ ।

କର୍ଣ୍ଣଙ୍କର ଜନ୍ମ କୁନ୍ତିଙ୍କ କର୍ଣ୍ଣରୁ ହୋଇଥିଲା । କୁନ୍ତି ଅବିବାହିତ ସମୟରେ ସୂର୍ଯ୍ୟଦେବଙ୍କ ପ୍ରାର୍ଥନରେ କର୍ଣ୍ଣଙ୍କୁ ପୁତ୍ର ଭାବରେ ଲାଭ କରିଥିଲେ । ଯେହେତୁ ସେ ଅବିବାହିତ ଥିଲେ ତେଣୁ ଜନ ଅସନ୍ତୋଷକୁ ଭୟ କରି ସେ କର୍ଣ୍ଣଙ୍କୁ ଏକ ବାକ୍ସ ସାହାର୍ଯ୍ୟରେ ପାଣିରେ ଭସାଇ ଦେଇଥିଲେ । ପରେ ଜଣେ ରଥ ଚାଳକ କର୍ଣ୍ଣଙ୍କୁ ଲାଳନ ପାଳନ କରିବଡ କରିଥିଲେ । କିନ୍ତୁ କର୍ଣ୍ଣ ଯେତେବେଳେ ଜାଣିଥିଲେ ସେ କୁନ୍ତିଙ୍କ ପୁତ୍ର ଓ ଜଣେ ସମ୍ଭ୍ରାନ୍ତ ପରିବାରର ହୋଇମଧ୍ୟ ଅନେକ ଥର ତାଙ୍କୁ ଅପମାନ ସହିବାକୁ ପଡିଥିଲା । ସେତେବେଳେ ସେ ପାଣ୍ଡବ ମାନଙ୍କୁ ଘୃଣା କରି କୌରଵ ମାନଙ୍କୁ ସର୍ମଥନ କରିଥିଲେ ।

Advertisement

ତେବେ ମହାଭାରତରେ ବଣ୍ଣର୍ଣ୍ଣା ଅନୁଯାୟୀ କର୍ଣ୍ଣ ହେଉଛନ୍ତି ଜଣେ ମହାଦାନୀ । ଯେଉଁଥିପାଇଁ ତାଙ୍କୁ ଦାନବୀର କର୍ଣ୍ଣ ବୋଲି କୁହାଯାଇଥାଏ । ଥରେ ଭଗବାନ ଶ୍ରୀକୃଷ୍ଣ କର୍ଣ୍ଣଙ୍କୁ ପରୀକ୍ଷା କରିବାକୁ ଯାଇ ତାଙ୍କୁ ନିକଟକୁ ଏକ ବୃଦ୍ଧ ବ୍ରାହ୍ମଣ ବେଶରେ ଯାଇଥିଲେ । ଏବଂ ତାଙ୍କୁ କାନର କୁଣ୍ଡଳ ଓ ବାହୁବନ୍ଧ ଦେବା ପାଇଁ କହିଥିଲେ । ଯାହାର ପ୍ରତି ବଦଳରେ କର୍ଣ୍ଣ ନିଜର ଦାନ୍ତ ଭାଙ୍ଗି ସୁନା ବାହାର କରି ଶ୍ରୀକୃର୍ଷ୍ଣଙ୍କୁ ଦେଇଥିଲେ । ଏହି ଦାନରେ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇ କର୍ଣ୍ଣ ଙ୍କୁ ୩ ଟି ବରଦାନ ମାଗିବାକୁ କହିଥିଲେ । ସେହି ବର ମଧ୍ୟରୁ ଗୋଟିଏ ବରରେ କର୍ଣ୍ଣ ମାଗିଥିଲେ ଯେ ମୃତ୍ୟୁ ପରେ ତାଙ୍କର ଶେଷକୃତ୍ୟ ଜଣେ ଏପରି ବ୍ୟକ୍ତି କରିବେ ଯିଏକି ପାପରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିବେ । ଭଗବାନ କୃଷ୍ଣ ସମସ୍ତ ବରଦାନ କର୍ଣ୍ଣଙ୍କର ଗ୍ରହଣ କରିଥିଲେ । ଯେତେବେଳେ ମହାଭାରତ ଯୁଦ୍ଧର ୧୭ ଦିନରେ କର୍ଣ୍ଣଙ୍କ ରଥ ଚକ ଭୁମିରେ ଖସିଗଲା ସେତେବେଳେ ଅର୍ଜୁନ ତାଙ୍କ ଅସ୍ତ୍ର ସାହାର୍ଯ୍ୟରେ କର୍ଣ୍ଣଙ୍କୁ ଆକ୍ରମଣ କରିଥିଲେ । ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବାସ୍ତବରେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଅର୍ଜୁନ କର୍ଣ୍ଣଙ୍କୁ ହତ୍ୟା କରିଥିଲେ । ମୃତ୍ୟୁ ପରେ ଭଗବାନ ଶ୍ରକୃଷ୍ଣ ନିଜେ ଶେଷ ରିତିନୀତି କରି ତାଙ୍କୁ ବୈକୁଣ୍ଠକୁ ପଠାଇଥିଲେ ।

Leave a Reply

Your email address will not be published. Required fields are marked *