ଅଧିକ ସୁନ୍ଦର ଦେଖାଯିବାର ଳାଳସା ହେଲା କାଳ ; ୫ ବର୍ଷ ପରେ ବୋନି କଲେ ଶ୍ରୀଦେବୀଙ୍କ ମୃତ୍ୟୁର ଖୁଲାସା ….
1 min readମୁମ୍ବାଇ ; ଆଜିବି ଅନେକ ପ୍ରଶଂସକଙ୍କ ମନରେ ବଲିଉଡ୍ ଗ୍ଲାମର କୁଇନ୍ ଆଉ ଚର୍ଚ୍ଚିତ ହାବା ହାୱାଇ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ରହିଛି ଅନେକ ସନ୍ଦେହ । ୨୦୧୮ ମସିହା ଫ୍ରେବୃଆରୀ ୨୪ ତାରିଖରେ ହଠାତ୍ ଶ୍ରୀଦେବଙ୍କ ମୃତ୍ୟୁ ପୁରା ଏଣ୍ଟରଟେନମେଣ୍ଟ ଜଗତକୁ ଥରାଇ ଦେଇଥିଲା । ପରିବାର,ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କେହିବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନଥିଲେ । ଏହା ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ଏକ ଶକ୍ତ ଝଟ୍କା ଥିଲା । ଦୁବାଇରେ ନିଜର ଛୁଟି କାଟିବାକୁ ଯାଇଥିବା ଶ୍ରୀଦେବୀ ବାଥରୁମ୍ ଟବ୍ / ଗାଧେ।ଇବା କୁଣ୍ଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ସାରା ଦେଶରେ ଚହଳ ପକାଇଦେଇଥିଲା । ଆଉ ଏହି ଘଟଣା ସ୍ୱାମୀ ବୋନି କପୁରଙ୍କୁ ପୁରା ପୁରି ଭାଙ୍ଗିଦେଇଥିଲା । ପୋଲିସ ପାଖାପାଖି ୪୮ ଘଣ୍ଟା ଧରି ତାଙ୍କୁ ସମୃକ୍ତ ମାମଲାରେ ପଚରା ଉଚରା କରିଥିଲା । କାରଣ ଏହି ଘଟଣାରେ ଗଣମାଧ୍ୟମର ଚାପା ପୋଲିସ ଉପରେ ପଡିଥିଲା । ବର୍ତ୍ତମାନ ଏହି ଘଟଣାକୁ ୫ ବର୍ଷ ବିତିଗଲାଣି ।
ନିକଟରେ ନ୍ୟୁ-ଇଣ୍ଡିଆନର ଏକ ଇଣ୍ଟରଭ୍ୟୁରେ ବୋନି କପୁର ସ୍ତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଶ୍ରୀଦେବୀଙ୍କ ଜୀବନ ଲୁଣ ନେଇଛି । ଖାଇବା ଲୁଣ ପାଇଁ ହିଁ ଶ୍ରୀଦେବୀଙ୍କ ଜୀବନ ଯାଇଛି । କାରଣ ଶ୍ରୀଦେବୀ ସବୁବେଳେ ଫିଟ୍ ଓ ସୁନ୍ଦର ଦିଶିବା ପାଇଁ ଷ୍ଟ୍ରିଟ୍ ଡାଏଟ୍ ଫଲୋ କରୁଥିଲେ । ଯେଉଁଥିରେ ଲୁଣ ଅନ୍ତର୍ଭୁକ୍ତ ନଥିଲା । ସେ ବିଲକୁଲ ଲୁଣ ଖାଉନଥିଲେ ଓ ଅନେକ ସମୟରେ ଭୋକିଲା ରହୁଥିଲେ । ସେ ବ୍ଲାକଆଉଟ୍ରେ ମଧ୍ୟ ପୀଡିତଥିଲେ ଏବଂ ଡାକ୍ତର ତାଙ୍କୁ ପରୀକ୍ଷା କରି ନିମ୍ନ ରକ୍ତଚାପ ସମସ୍ୟା ଥିବା କହିଥିଲେ । ଡାକ୍ତର ତାଙ୍କୁ ଖାଦ୍ୟରେ ଲୁଣ ଖାଇବାକୁ କହିଥିଲେ କିନ୍ତୁ ସେ ଏହାକୁ ଗୁରୁତର ସହ ନେଇନଥିଲେ । ଏହି କାରଣରୁ ସେ ବୋହୁତ ଥର ଚେତାଶୂନ୍ୟ ହୋଇଯାଉଥିଲେ । ଅନେକ ଥର ସୁଟିଂ ସେଟରେ ମଧ୍ୟ ସେ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ମୃତ୍ୟୁ ଏକ ପ୍ରାକୃତିକ ମୃତ୍ୟୁ ନୁହେଁ ଏହା ଏକ ଆକସ୍ମିକ ମୃତ୍ୟୁ । ମୁଁ ଏହି ବିଷୟରେ ନକହିବା ପାଇଁ ନିଷ୍ପତ୍ତି ନେଇଥିଲି । କିନ୍ତୁ ଯେତେବେଳେ ମୋତେ ଏହି ବିଷୟରେ ଅନେକ ସମୟ ଜେରା କରାଗଲା ମୁଁ କହିବାକୁ ବାଧ୍ୟ ହୋଇଥିଲି ।