Pratidin TV

Odisha's Digital News Platform

କାହିଁକି ବାବା ସିଦ୍ଦିକିଙ୍କୁ ମାରିବା ପରେ ମେଡିକାଲରେ ଲୁଚି ରହିଥିଲା ମୁଖ୍ୟ ସୁଟର ? ନିଜେ କଲା ଖୁଲାସ

1 min read

Why the main shooter was hiding in the medical center after killing Baba Siddiqui; He revealed himself

ଜାତୀୟ କଂଗ୍ରେସର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କା ହାଇପ୍ରୋଫାଇଲ ହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି | କ୍ରାଇମବ୍ରାଞ୍ଚର ପଚରାଉଚୁରା ବେଳେ ହତ୍ୟାକାଣ୍ଡର ମୁଖ୍ୟ ସୁଟର ଶିବ କୁମାର ଗୌତମ ଏକ ଖୁଲାସା କରିଛନ୍ତି | ଶିବ କୁମାର ଗୌତମ କହିଛନ୍ତି ଯେ, ଅକ୍ଟୋବର ୧୨ରେ ବାବା ସିଦ୍ଦିକିଙ୍କୁ ଗୁଳି ଚଳାଇବା ପରେ ସେ ଲୀଳାବତୀ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ | ତେବେ ମୁମ୍ବାଇର ବାବା ସିଦ୍ଦିକିଙ୍କ ଉପରେ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ଏହି ସମ୍ପର୍କରେ ଏବେ ପୋଲିସ ଅନେକ ଖୁଲାସା କରିଛି |

ତେବେ ଏନସିବି ନେତାଙ୍କ ଉପରକୁ ଗୁଳି ଚଳାଇବା ଅପ[ରେ ଲୁଚି ପଳାଇନଥିଲା ଅଭିଯୋଗ ଓଲଟା ଡାକ୍ତରଖାନାରେ ତାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲା | ପାଖାପାଖି ହସ୍ପିଟାଲରେ ୩0 ମିନିଟ ପର୍ଯ୍ୟନ୍ତ ଲୁଚି ରହିଥିଲା ଅଭିଯୁକ୍ତ | ଯାହାର ସେ ଏବେ ଖୁଲାସା କରିଛି | ତେବେ ୩ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିସାରିଛି | ରିପୋର୍ଟ ଅନୁଯାୟୀ, ପି[ଅଳିକ କହିଛି ଯେ, ବାବା ସିଦ୍ଦିକିଙ୍କୁ ଗୁଳି ଚଳାଇବା ପରେ ଲୀଳାବତୀ ହସ୍ପିଟାଲ ବାହାରେ ଠିଆ ହୋଇଥିଲା ମୁଖ୍ୟ ସୁଟର | ସେ ଜାଣିବାକୁ ଚାହୁଁଥିଲା ଯେ, ତାଙ୍କର ମୃତ୍ୟତୁ ହୋଇସାରିଛି କି ନାହିଁ | ପୋଲିସ କହିଛି ଯେ, ସେ ତୁରନ୍ତ ଗୁଳି ବିନିମୟ କରିବା ପରେ ନିଜ ଟି-ସାର୍ଟ ବଦଳାଇ ଡାକ୍ତରଖାନା ବାହାରେ ଭିଡ଼ ମଧ୍ୟରେ ବୁଲାବୁଲି କୃତୀଲା | ଆଉ ସେ ଶୁଣିବାକୁ ପାଇଥିଲା ଯେ ସିଦ୍ଦିକିଙ୍କା ଅବସ୍ଥା ଗୁରୁତର ଅଛି | ଏହାପରେ ସେ ସେଠାରୁ ଲୁଚାଇ ପଳାଇଥିଲା | ତେବେ ଅକ୍ଟୋବର ୧୨ ତାରିଖ ରାତି ୯ ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଠାରେ ୬୬ ବର୍ଷୀୟ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା | ତାଙ୍କ ଛାତିରେ ଗୁଳି ବାଜିବାରୁ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା | ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା |

Advertisement

Leave a Reply

Your email address will not be published. Required fields are marked *