କାହିଁକି ଶାହରୁଖ ଖାନ ଙ୍କୁ ମିଳିଥିଲା ଧମକ ? ଅଭିଯୁକ୍ତ କଲେ ବଡ ଖୁଲାସା !
1 min readଶାହରୁଖ ଖାନଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତିକୁ ଗତକାଲି ଗିରଫ କରିଛି ପୋଲିସ | ଗିରଫ କରିଥିବା ବ୍ୟକ୍ତି ଜଣକ ହେଲେ ମହମ୍ମଦ ଫୈଜନ | ଗିରଫ କରିବା ପଚାରୁଛୁରା କରିବା ସମୟରେ ପୋଲିସକୁ ଅଭିଯୁକ୍ତ କାହିଁକି ଶାହରୁଖ ଖାନ ଙ୍କୁ ଧମକ ହେଇଥିଲା ତାହା କହିଛି |
ତେବେ ପୋଲିସର ପଛାଉଛୁର ସମୟରେ ଅଭିଯୁକ୍ତ ଫୈଜନ କହିଛି, ୧୯୪୪ ମସିହାରେ ଶହରୁଖଖାନଙ୍କର ‘ଅଞ୍ଜାମ’ ଫିଲ୍ମ ଆସିଥିଲା | ସେଥିରେ ଶାହରୁଖଙ୍କ ବିବାଦୀୟ ଡାଏଲଗରେ ସେମାନେ ଅଭିଯୋଗ କରିଥିଲେ | ଏହି ଫିଲ୍ମରେ ଶାହରୁଖ ଧନୀ ବ୍ୟକ୍ତିରର ରୋଲ କରୁଥିଲେ, ଯେଉଁଥିରେ ସେ ପ୍ରତ୍ୟକ ଦିନ ହରିଣ ଶିକାର କରୁଥିଲେ ହାତରେ ବନ୍ଧୁକ ଧରି କହୁଥିଲେ,ବାହାରେ ଗାଡ଼ିରେ ହରିଣ ପଡ଼ିଛି, ତୁମେମାନେ ରୋଷେଇ କରି ଖାଇ ଦିଅ। ଏହି ଡାଇଲଗ୍ ମହମ୍ମଦ ଫୈଜାନଙ୍କ ଅସନ୍ତୁଷ୍ଟର କାରଣ। ଏଥିପାଇଁ ସେ ଅଭିଯୋଗ କରିଥିଲେ |
ସୂଚନା ଅନୁଯାୟୀ, ମହମ୍ମଦ ଫୈଜନ ଫୋନରୁ ଶାହରୁଖ ଖାନଙ୍କୁ ହତ୍ୟା ଧମକ ପାଇଥିଲେ |ତେବେ ପୋଲିସ ପଚାରୁଛୁରା ସମୟରେ ଏ କହିଥିଲେ, ମୋ ଫୋନ ଚୋରି ହୋଇଯାଇଛି, କେହି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି | ଫୈଜନ ଏହା ମଧ୍ୟ କହିଛନ୍ତି, ଲରେନସ୍ର ବିଷ୍ଣୋଇ ସମ୍ପ୍ରଦାୟ ତାଙ୍କର ବନ୍ଧୁ | ସେମାନଙ୍କ ଧର୍ମ ଅନୁସାରେ ହରିଣ ସୁରକ୍ଷା କରିବା ଦରକାର | ତେବେ ଫିଲ୍ମ ‘ଅଞ୍ଜାମ ‘ରେ ଶାହରୁଖ ଏପରି ଆପତ୍ତିଜନକ କଥା କହିଥିଲେ, ଯାହା ଠିକ ନୁହେଁ, ସେଥିପାଇଁ ସେ ଅଭିଯୋଗ କରିଥିଲେ | ଅଭିଯୁକ୍ତ ଆହୁରି ମଧ୍ୟ କହିଥିଲେ କି, ଏହି ‘ଅଞ୍ଜାମ’ ଫିଲ୍ମରେ ବ୍ୟାନ କରିବା ଉଚିତ |