Pratidin TV

Odisha's Digital News Platform

କାହିଁକି ବିଳମ୍ବ ହେଲା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ? କାରଣ କହିଲା ପାଣିପାଗ ବିଭାଗ ..

1 min read

ଶେଷ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।ତାଣ୍ଡବ ରଚିବା ପରେ ଧିରେ ଧିରେ ଶାନ୍ତ ହେଉଛି ‘ଦାନା’।ଶୁକ୍ରବାର ମଧ୍ୟରାତ୍ରିରେ ପ୍ରାୟ ୧୨ ଟା ୫ ମିନିଟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଭିତରକନିକା ଏବଂ ଧାମରା ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇଥିଲା। ରାତିସାରା ତାଣ୍ଡବ ରଚିଥିଲା ଦାନା। ଏବେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ରୂପ ନେଇଛି।

ବର୍ତ୍ତମାନ ଏହା ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି। ତେବେ ଆଜି ସକାଳ ସୁଦ୍ଧା ବାତ୍ୟା ଦାନା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିବାର ପୂର୍ବ ଆକଳନ କରାଯାଇଥିବା ବେଳେ ଏଥିରେ ବିଳମ୍ବ ହୋଇଥିଲା ।ତେବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏହି ପ୍ରକ୍ରିୟା ସାଧାରଣଭାବେ ୬ରୁ ୮ ଘଣ୍ଟା ଲାଗିଥାଏ, କିନ୍ତୁ ଟିକେ ବିଳମ୍ବ ହୋଇଛି।

Advertisement

Leave a Reply

Your email address will not be published. Required fields are marked *