Pratidin TV

Odisha's Digital News Platform

କାହିଁକି ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ ?

1 min read

ସରିବାକୁ ଯାଉଛି ଲୋକ ସଭା ନିର୍ବାଚନ  । ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ । ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲର ଫଳାଫଳର ଆକଳନ କରାଯିବ । ଏହି ଫଳାଫଳକୁ ନେଇ ବିଭିନ୍ନ ଚ୍ୟାନେଲରେ ବିତର୍କ ମଧ୍ୟ ହେବ । ଯେଉଁଥିରେ ସବୁ ଦଳର ନେତାମାନେ  ଭାଗ ନେଇ ସେମାନଙ୍କର ମତ ପ୍ରକାଶ କରିବେ । କିନ୍ତୁ ଏକଜିଟ ପୋଲର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏହି ଆଲୋଚନାରେ ଭାଗ ନେବାନାହିଁ ବୋଲି ବଡ଼ ଘୋଷଣା କରିଛି ।

ଶେଷ ପର୍ଯ୍ୟାୟ ଭୋଟିଂ ପରେ ଟିଭି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏକଜିଟ ପୋଲ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି । ସୂଚନା ଅନୁଯାୟୀ, ଏକଜିଟ ପୋଲ ମାଧ୍ୟମରେ ବେଟିଂ ବଜାରକୁ ପ୍ରଭାବିତ କରିବାର ପ୍ରୟାସ କରାଯିବାର ସମ୍ଭାବନା ରହିଛି । ତେଣୁ ଦଳ ଜୁନ ୪ ଫଳାଫଳକୁ ଅପେକ୍ଷା କରିବ ବୋଲି କହିଛି । ଏଥି ସହିତ କଂଗ୍ରେସ ଦଳ ଆତ୍ମବିଶ୍ୱାସ ପ୍ରକାଶ କରିଛି ଯେ ଏଥର ବିରୋଧୀ ଦଳ ଇଣ୍ଡିଆ ସରକାର ଗଠନ କରିବ ଏବଂ ୨୦୦୪ ରେ ଯାହା ଘଟିଥିଲା ତାହା ଏଥର ପୁଣି ପୁନରାବୃତ୍ତି ହେବ ।

Advertisement

Leave a Reply

Your email address will not be published. Required fields are marked *