Pratidin TV

Odisha's Digital News Platform

ଦିବ୍ୟାଙ୍ଗ ପୁଅକୁ ଧରି ଜୀବନ କାଟୁଛନ୍ତି ବିଧବା ମହିଳା ସାହା ହେବାକୁ କେହିନାହିଁ…


କଙ୍କଡାହାଡ଼ : ହସିଲା ସଂସାର ଉପରେ ପଡିଗଲା କାହାର ନଜର । ୭ ବର୍ଷରୁ ଦିବ୍ୟାଙ୍କ ହୋଇଗଲା ପୁଅ । ଆଉ ଏବେ ଚାଲିଗଲେ ସ୍ୱାମୀ । ବର୍ତ୍ତମାନ ଦିବ୍ୟାଙ୍ଗ ପୁଅକୁ ଧରି ବଡ କଷ୍ଟରେ ଦିନ କାଟୁଛନ୍ତି ଗତରେଇ ଗାଁର ସାବିତ୍ରୀ ବେହେରା । ନା ମିଳୁଛି ବିଧବା ଭତ୍ତା ନା କୈାଣସି ସରକାରୀ ସୁବିଧା । ଭାଗ୍ୟକୁ ଆଦରି ପଡିରହିଛନ୍ତି ସାବିତ୍ରୀ । ଗରିବ ଅସହାୟଙ୍କ ପାଇଁ ଅନେକ ସରକାରୀ ଯୋଜନା ରହିଛି । ହେଲେ ତାହା ଗରିବଙ୍କୁ ଉପହାସ କଲା ଭଳି ମନେ ହୁଏ । କାରଣ ଯୋଜନା ଗୁଡିକ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନ ଥିବା ବେଳେ ଅନେକ ସମୟରେ ତାହା ବାଟମାରଣା ହେଉଥିବା ଖବର ସାମ୍ନାକୁ ଆସୁଛି ।


ସେହିପରି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଗତରେଇ ଗାଁର ଗଣେଶ୍ୱର ବେହେରାଙ୍କ ପରିବାର ଭଲରେ ଚାଲିଥିଲା । ସ୍ୱାମୀ ସ୍ତ୍ରୀ ଝିଅ ଓ ପୁଅକୁ ନେଇ ତାଙ୍କର ପରିବାର ଭଲରେ ଚାଲିଥିଲା । ହେଲୋ ସ୍ୱାମୀଙ୍କର ଗତ କିଛି ମାସତଳେ ଦେହାନ୍ତ ହୋଇଯାଇଛି । ଏପଟେ ପୁଅ ଗନ୍ଧର୍ବ ବେହେରା ୭ବର୍ଷ ବୟସରେ ଦେହ ଅସୁସ୍ଥ ହୋଇ ଧୀରେଧୀରେ ସେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ହୋଇଗଲେ । ଆଉ ଏବେ ସେ ମାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଜୀବନ କାଟୁଛନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ସାବିତ୍ରୀଙ୍କ ପାଇଁ ନାହିଁ ବିଧବା ଭତ୍ତା । ଘରେ ପୁଅ ପାଉଥିବା ୭ ସହ ଟଙ୍କା ଭତା ଓ ଚାଉଳ ରେ ୩ଜଣ ମଣିଷ ଆଜିର ଦୁନିଆରେ ଚଳିବା କଷ୍ଟ ହେଉଛି । ସେପଟେ ଘରେ କେହି ରୋଜଗାରିଆ ନଥିବା ବେଳେ ପୁଅକୁ ଏଭଳି ଅବସ୍ଥାରେ ଛାଡି କୌଣସି କାମକୁ ମଧ୍ୟ ମା ସାବିତ୍ରୀ ଯାଇପାରୁ ନାହାନ୍ତି । ଯେଉଁଠି ଉଳିଏ ଖାଇଲେ ଉଳିଏ ଉପାସ । ଏଭଳି ପରିସ୍ଥିତିରେ ସାବିତ୍ରୀଙ୍କୁ ବିଧବା ଭତ୍ତା ସାଙ୍ଗକୁ ପୁଅକୁ ୩ଚକିଆ ସାଇକେଲ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ଦେବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଏହି ଖବର ଉପରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି ଯେ ବିଡ଼ିଓଙ୍କ ସହିତ ଆଲୋଚନା କରି ତୁରନ୍ତ ସୁବିଧା ଯୋଗାଇ ଦିଅଯିବ ବୋଲି ।

Leave a Reply

Your email address will not be published. Required fields are marked *