Pratidin TV

Odisha's Digital News Platform

ଶୀତଳଷଷ୍ଠୀ ଯାତ୍ରାରେ ଆକ୍ରମଣ ଘଟଣା : ଗିରଫ ସରପଞ୍ଚଙ୍କ ସମର୍ଥନରେ ଯୁକ୍ତି ବାଢିଲେ ପତ୍ନୀ

1 min read

ବ୍ରହ୍ମପୁର : ଆଜି ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ପଂଚାୟତର ପ୍ରତାପକୃଷ୍ଣଚନ୍ଦ୍ରପୁର ଗ୍ରାମରେ ଗିରଫ ସରପଞ୍ଚଙ୍କ ପତ୍ନୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଉକ୍ତ ସମ୍ମିଳନୀରେ ଗତ ଛ ତାରିଖରେ ମସିଆଖାଲି ଠାରେ ହୋଇ ବା ଶୀତଳଷଷ୍ଠୀ ଯାତ୍ରାରେ ଯେଉଁ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିରେ ପୂର୍ବତନ ସରପଞ୍ଚ ମନୋଜ ସେଠି ଆହତ ହେବା ଅଭିଯୋଗରେ ମୋ ସ୍ୱାମୀ ଗିରଫ ହୋଇ ଜେଲ ଯାଇଛନ୍ତି  । ଏଥିରେ ସେ ସମ୍ପୂର୍ଣ ନିର୍ଦୋଷ ବୋଲି କହିଛନ୍ତି ତାଙ୍କ ପତ୍ନୀ ଜୟନ୍ତି । ସେ କହିଛନ୍ତି ମସିଆଖାଲି ଗ୍ରାମରେ ଗତ ୬ ତାରିଖରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଥିଲା  । ମୋ ସ୍ୱାମୀ ମସିଆଖାଲି ଗ୍ରାମ କମିଟିଙ୍କ ଅନୁରୋଧ ରକ୍ଷା କରି ସେଠାକୁ ଯାଇ ଯାତ୍ରାମଞ୍ଚର ଶୁଭ ଉଦଘାଟନ କଲା ବେଳେ ଏହାକୁ ଦୃଢ ବିରୋଧ କରିଥିଲେ ପୂର୍ବତନ ସରପଞ୍ଚ ମନୋଜ ସେଠି  ।

ପୂର୍ବତନ ସରପଞ୍ଚ ତାଙ୍କର ସମର୍ଥକମାନଙ୍କୁ ନେଇ ଆକ୍ରମଣ କରିଥିଲେ । ଏହି ସମୟରେ ପୋଲିସ ପହଂଚି ଉଭୟଙ୍କୁ ବୁଝାସୁଝା କରି ସମାଧାନ କରି ଚାଲିଗଲା ପରେ ପୁଣି ମନୋଜ ସେଠି ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବର୍ତମାନର ସରପଞ୍ଚ ଳ.ବୁଲୁଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ସେ ନିଜ ଜୀବନ ବଞ୍ଚାଇବା ପାଇଁ ବିଲମାଳ ରାସ୍ତା ଦେଇ ଦୌଡି ଯିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁସାରେ ଲୁଚି ରହିଥିବା ମନୋଜଙ୍କ ସମର୍ଥକଙ୍କ ଆକ୍ରମଣରେ ତାଙ୍କ ସହ ଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହିତ କିଛି ସହଯୋଗୀଙ୍କୁ ମଧ୍ୟ ମାଡ ହୋଇଥିବା ସୂଚନା ଦେଇଛନ୍ତି ଳ.ଜୟନ୍ତୀ ।

Advertisement

ସେହି ସମୟରେ ଘନ ଅନ୍ଧକାର ରାତ୍ରି ହୋଇଥିବାରୁ ସେମାନେ ସରପଞ୍ଚ ଳ.ବୁଲୁ ଭାବି ମନୋଜ ସେଠିଙ୍କୁ ଆକ୍ରମଣ କରି ଚାଲିଥିଲେ । ଯାହା ଫଳରେ ସେଠାରେ ନିଜ ସମର୍ଥକ ମାନଙ୍କ ଦ୍ୱାରା ଗୁରୁତର ଆହତ ହୋଇଥିଲେ ମନୋଜ ସେଠି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଳ.ଜୟନ୍ତୀ, ସରପଞ୍ଚଙ୍କ ଭାଇ ଳ.ସୁଦାମଙ୍କ ସମେତ ଗ୍ରାମ ବାସିନ୍ଦା । ଘଟଣାର ପ୍ରକୃତ ତଥ୍ୟ ନ ଜାଣି ମନୋଜଙ୍କ ଭାଇ ହେମନ୍ତ ମୋ ସ୍ୱାମୀଙ୍କୁ ଫସକ୍ଷ ଇ ଥିବାରୁ ଏହାର ଉପଯୁକ୍ତ ତଦନ୍ତ କରାଗଲେ ମୋ ସ୍ୱାମୀ ଓ ସ୍ୱାମୀଙ୍କ ସହଯୋଗୀ ମାନେ ନିର୍ଦୋଷରେ ଖଲାସ ହେବା ସହିତ ପ୍ରକୃତ ଦୋଷୀ ଧରାପଡ଼ିବ ବୋଲି କହିଛନ୍ତି ସରପଞ୍ଚଙ୍କ ପତ୍ନୀ ଓ ଗ୍ରାମବାସୀ  ।

Leave a Reply

Your email address will not be published. Required fields are marked *