Pratidin TV

Odisha's Digital News Platform

(ଭିଡିଓ) କୁନି ଝିଅ ଜାଣିନି ତା ବାପା ବୁଖାରୀ ଜଣେ ବହୁରୂପୀ ଠକ ସହ ଆତଙ୍କବାଦୀ..

1 min read

ଗତକାଲି ଓଡିଶାରୁ ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରୀ ଗିରଫ ହୋଇଛି । ତେବେ ଗିରଫ ହେବା ପରଠୁ ଜୋରସୋରରେ ଚାଲିଛି ତଦନ୍ତ । ଧୀରେ ଧୀରେ ଖୋଲି ବୁଖାରୀର ଗୁମର । ଭାରତରେ ପଶି ବିଭିନ୍ନ ରାଜ୍ୟରେ ବୁଲି ବନାଉଥିଲା ପ୍ରେମିକା । ଆଉ ସେମାନଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ମୋଟ ୭ଜଣ ମହିଳାଙ୍କୁ ବିବାହ କରିଥିଲା ବୁଖାରୀ । ହେଲେ ସ୍ୱାମୀର ଏହି କାରନାମା ନା ୬ଜଣ ସ୍ତ୍ରୀଙ୍କୁ ଜଣା ଥିଲା ନା ତା ଛୁଆଙ୍କୁ । ଝିଅ କହୁଛି ମୋ ବାପା ଡାକ୍ତର ଆଉ ସ୍ତ୍ରୀ କହୁଛନ୍ତି ମୋ ସ୍ୱାମୀ ହେଉଛନ୍ତି ପିଏମଓ ଅଫିସର । ହେଲେ ସତ ସାମ୍ନାକୁ ଆସିବା ପରେ ଜଣା ପଡିଲା ସ୍ୱାମୀ ହେଉଛି ଆତଙ୍କବାଦୀ ।୭ଜଣ ଭିତରୁ ବୁଖାରୀଙ୍କ ଜଣେ ସ୍ତ୍ରୀ କୁଆଡେ ଶିକ୍ଷକ ।ସ୍ତ୍ରୀ ସ୍କୁଲକୁ ଗଲା ପରେ ଆଉ ଝିଅ ଶୋଇବା ପରେ ବୁଖାରି ପ୍ରସ୍ତୁତ କରୁଥିଲେ ବ୍ଲି ପ୍ରିଣ୍ଟି ଆଉ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ରଚୁଥିଲେ ଷଡଯନ୍ତ୍ର । ଆଉ ଏସବୁ ସ୍ୱେଶାଲ କୋର୍ଡ ୱାର୍ଡ ଜରିଆରେ କରାଯାଉଥିଲା । ଯାହାକୁ ନା ସ୍ତ୍ରୀ ବୁଝୁପାରୁ ଥିଲା ନା ଝିଅ । ସେମାନେ ଭାବୁଥଲେ ତାଙ୍କ ବାପା ଜଣେ ଚାକିରୀଆ ଲୋକ । ଝିଅ ଆଗରେ ବାପା ଦୁନିଆର ସବୁଠାରୁ ଭଲ ବାପା ଥିବା ବେଳେ ଝିଅ ପଛରେ ସେହି ସୈତାନ ବାପା ଚଳାଇଥିଲା ଆତଙ୍କୀ କାରନାମା । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କ ସହ ସୋସିଆଲ ମିଡିଆରେ କଥା ହେଉଥିଲା ଅଭିଯୁକ୍ତ ।କେରଳର କିଛି ମୌଳବାଦୀଙ୍କ ସମ୍ପର୍କରେ ଥିଲା । ଇଶାନ ପୂର୍ବରୁ ଠକେଇ ସହ ନିଶା କାରବାରରେ ସମ୍ପୃକ୍ତ ଥିବା ଝଞୠ ପକ୍ଷରୁ ସୂଚନା ମିଳିଛି । ଗତକାଲି ଅଭିଯୁକ୍ତକୁ ଯାଜପୁର ନେଉଳପୁରରୁ ଗିରଫ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *