Pratidin TV

Odisha's Digital News Platform

ସ୍ତ୍ରୀ ନାଁରେ କଳଙ୍କ, ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ବାନ୍ଧି ରଖି ନିର୍ଦ୍ଦୁମ ଛେଚିଲା…

ଧର୍ମଶାଳା : ଯାହା ହାତଧରି କନିଆଁ ସଜେଇ ଘରକୁ ଆଣିଥିଲା । ଆଜି ଅଧାବୟସରେ ସେଇ ସ୍ତ୍ରୀ ତାକୁ ଧୋକା ଦେଇଦେଲା । ସ୍ୱାମୀକୁ ନିଶାଦେଇ ଘର ଭିତରେ ବାନ୍ଧି ରଖିଲା ପ୍ରେମିକ ସହ ମିଶି ନିର୍ଦ୍ଦୁମ୍ ଛେଚିଲା । ଶେଷରେ ଦରମରା ଅବସ୍ଥାରେ ମୌକା ଦେଖି ଘରୁ ଚମ୍ଫଟ ମାରି ଥାନାରେ ପହଞ୍ଚିଗଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡ କଇଁଚି ନିକଟ ବାଲିସାହି ଗାଁ ରେ ଦେଖିବାକୁ ମିଳିଛି।

ମିଳିଥିବା ଖବର ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡ କଇଁଚି ନିକଟ ବାଲିସାହି ଗାଁର ଅମୂଲ୍ୟ କୁମାର ଗୁରୁ । ଯିଏକି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଗତ ୨୦୦୦ ମସିହା ରେ ଅମୂଲ୍ୟ ଧାମନଗର ନିକଟ କଲ୍ୟାଣୀ ଗାଁ ର ଗୋକୁଳି ଦାସ ଙ୍କ ଝିଅ ବିଜୟଲକ୍ଷ୍ମୀ ଦାସ ଙ୍କୁ ବିବାହ କରିଥିଲେ। ବିବାହ ର କିଛି ଦିନ ଆରାମ ରେ ଚାଲିବା ପରେ ସ୍ଵାମୀ ଚାକିରି କୁ ଚାଲି ଯାଇଥିଲେ। ଏହି ସୁଯୋଗ ରେ ବିଜୟଲକ୍ଷ୍ମୀ ବରୀ ରାମଚନ୍ଦ୍ରପୁର ଅଞ୍ଚଳ ର ବିକାଶ ବିଶ୍ବାଳ ଙ୍କ ସହିତ ଦୀର୍ଘ ବର୍ଷ ହେବ ପ୍ରେମ ସଂପର୍କ ରଖିଥିଲେ। ସ୍ବାମୀ ଚାକିରୀରୁ ଫେରିବା ପରେ ଏ କଥା ଜାଣି ପ୍ରତିବାଦ କରିଥିଲେ। ମାତ୍ର ବିଜୟଲକ୍ଷ୍ମୀ ସ୍ବାମୀକୁ ଖାତିର ନକରି ସେ ଯୁବକ ସହିତ ସଂପର୍କ ରଖି ଥିଲେ।

ତେବେ ଗତ ପ୍ରଥମ ରଜ ରାତିର ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅମୂଲ୍ୟଙ୍କୁ ବେହୋସ କରିବା ପରେ ନିଜ ଭଉଣୀ , ପ୍ରେମିକ ବିକାଶ ଓ ନିଜ ପୁଅ ସହ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ। ଅମୂଲ୍ୟ ଚେତା ଫେରିବା ପରେ ନିଜେ ଘରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ଅମୂଲ୍ୟଙ୍କ ଝିଅ ସ୍ୱାଗତିକା ମାମୁଁ ଘରୁ ଫେରିବା ପରେ ଅମୂଲ୍ୟଙ୍କୁ ଖୋଲିଦେଇଥିଲେ ସ୍ତ୍ରୀ । ଏହାପରେ ସେ ନିଜେ ଦୁର୍ଘଟଣା ଘଟାଇ ଏପରି ଅବସ୍ଥାରେ ପଡିଛନ୍ତି ବୋଲି ନିଜ ଝିଅ ଆଗରେ ସଫେଇଦେଇଥିଲେ ବିଜୟଲକ୍ଷ୍ମୀ । ତେବେ ଅମୂଲ୍ୟ ମଧ୍ୟ ଚୁପ୍‌ଚାପ ରହିଯାଇଥିଲେ । ରାତିର ସମସ୍ତେ ଶୋଇ ପଡିବା ପରେ ଅମୂଲ୍ୟ ଛାତ ଉପର ଦେଇ ଥାନାରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି। କୁଅ।ଖିଆ ପୋଲିସ ଅଭିଯୋଗ ପାଇବା ପରେ ବିଜୟଲକ୍ଷ୍ମୀ, ତାଙ୍କ ଆଶୁତୋଷ କୁ ଗିରଫ କରିଛି। ତେବେ ବିଜୟଲକ୍ଷ୍ମୀ ବଡ କଇଁଚି ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ଭାବେ କାମ କରନ୍ତି। ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ବିକାଶକୁ ପୋଲିସ ଏଯାଏଁ ଗିରଫ କରି ପାରି ନାହିଁ।

Leave a Reply

Your email address will not be published. Required fields are marked *