Pratidin TV

Odisha's Digital News Platform

ସ୍ଵାମୀ ଙ୍କ ରାଜନୈତିକ ସାରଥୀ ସାଜିଲେ ଧର୍ମପତ୍ନୀ , ବୁଲି ବୁଲି ଖରାରେ କରୁଛନ୍ତି ପ୍ରଚାର

1 min read

ବୌଦ୍ଧ ; ନିର୍ବାଚନ ଭିତରେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରାଦୃଶ୍ୟ । ପ୍ରକୃତ ସ୍ୱାମୀ-ସ୍ତ୍ରୀ ସର୍ମ୍ପକର ମାନେ ବୁଝାଇଛନ୍ତି ବିଜେପି ବିଧାୟକ ଓ ତାଙ୍କ ଧର୍ମପତ୍ନୀ । ସେ ସୁଖ ଦୁଃଖ ହେଉ କି ଖରା ବର୍ଷା ଅବା ଝଡ ଝଞ୍ଜା । ସବୁଥିରେ ସ୍ୱାମୀର ହାତ ଧରି ଚାଲିଥାଏ ଜଣେ ସ୍ତ୍ରୀ । ଏବେ କଥାତ ନିର୍ବାଚନର ପୁଣି କେମିତି ପଛଘୁଞ୍ଚା ଦେଇଦେବେ ପତ୍ନୀ ।

୨୦୨୪ସାଧାରଣ ନିର୍ବାଚନ ପାଇଁ ସ୍ୱାମୀଙ୍କ ରାଜନୈତିକ ସାରଥୀ ପାଲଟିଛନ୍ତି ସ୍ତ୍ରୀ । ଯାହା ବୌଦ୍ଧ ଜିଲ୍ଲା ରାଜନୀତିରେ ଚହଳ ଓ ପରିବର୍ତନ ର ସ୍ୱର ଉଠୁଛି । ଜିଲ୍ଲାର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଯୁବ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ ଙ୍କ ଧର୍ମପତ୍ନୀ ନିଜ ସ୍ୱାମୀ ପାଇଁ ଏହି କାର୍ଯ୍ୟ କରି ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ଆଜି ହରଭଙ୍ଗା ବ୍ଲକ କରଡ଼ି ସ୍ଥିତ ବାବା ଚମ୍ପେଶ୍ୱର ଙ୍କ ଆଶିର୍ବାଦ ଭିକ୍ଷା କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ। ତାଙ୍କ ପାଇଁ ତାଙ୍କ ଧର୍ମ ପତ୍ନୀ ତଥା ବର୍ତମାନର ହରଭଙ୍ଗକ୍ଷ ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ଘର ଘର ବୁଲି ସ୍ଵାମୀ ଙ୍କ ସାରଥୀ ସାଜି ରାଜନୈତିକ ଯୁଦ୍ଧ ରେ ଧର୍ମ ସଂସ୍ଥାପନା ପାଇଁ ଭୋଟ ମାଗୁଛନ୍ତି।

Advertisement

ପ୍ରଧାମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ବିଜୟରେ ବୁଝାଇବା ସହିତ ପୁଣି ଥରେ ମୋଦି ସରକାର୍ ଓ ଓଡ଼ିଶାରେ ବିଜେପି ସରକାର ଆଣିବା ପାଇଁ ନିବେଦନ କରିବା ସହିତ ବୌଦ୍ଧ ରେ ନିଜ ସ୍ବାମୀଙ୍କୁ ପଦ୍ମ ଫୁଲ ଚିହ୍ନ ରେ ବଟନ୍ ଦବାଇ ବିପୁଳ ସଂଖ୍ୟକ୍ଷରେ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି। ଜ୍ଞାନୀ ମହାପୁରୁଷ ଓ ପୌରାଣିକ ମତ, ଓଡିଶା ସଂସ୍କୃତି ର କଥାବସ୍ତୁ କୁ ଆଧାରରେ ଜଣେ ପୁରୁଷ ଶୀର୍ଷ ସ୍ଥାନରେ ବା ବିଜୟୀ ପାଇଁ ପଛରେ ଜଣେ ନାରୀର ହାତ ଥାଏ କ୍ଷ ଏହି ପ୍ରଚାର ହଁ ବିଜୟୀ ର ଭବିଷ୍ୟ ଆଭାସ ବୋଲି ଜନତା ଜନାର୍ଦନ ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *