Pratidin TV

Odisha's Digital News Platform

ସ୍ୱାମୀ ନିର୍ଯ୍ୟାତନାକୁ ନ୍ୟାୟ : ସାବଧାନ , ଅଭିଯୋଗ ମିଛ ପ୍ରମାଣ ହେଲେ ସ୍ତ୍ରୀ ଯିବେ ଜେଲ୍ !

1 min read

ଗୁଜୁରାଟ୍ : ଦେଶରେ ନାରୀ ନିର୍ଯ୍ୟାତନାର ବଡ ବଡ ମାମଲା ସାମ୍ନାରେ ହାର ମାନିଛି ପୁରୁଷ ନିର୍ଯ୍ୟାତନା । ଦେଶରେ ଅନେକ ସ୍ଥାନରେ ଯେପରି ନାରୀ ମାନେ ନିର୍ଯ୍ୟାତିତ ହେଉଛନ୍ତି । ଠିକ୍ ସେହିପରି ପୁରୁଷମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । କିନ୍ତୁ ନିଜର ଆତ୍ମସମ୍ମାନ ଏବଂ ସମାଜର ଲଜ୍ୟା ଭୟରେ ମୁହଁ ଫିଟାଉନାହାନ୍ତି । ଏହା ସହ ବର୍ତ୍ଥମାନ ପୁରୁଷମାନଙ୍କ ଉପରେ ଲାଗୁଛି ମିଛ ଅଭିଯୋଗ । ଯାହାକୁ ଆଇନ ମଧ୍ୟ ଖୁବ୍ ସହଜରେ ଗ୍ରହଣ କରିନେଉଛି । ଫଳରେ ଅନେକ କ୍ଷେତ୍ରରେ ଦୋଷ ନଥାଇ ମଧ୍ୟ ଦଣ୍ଡ ଭୋଗୁଛନ୍ତି ଅନେକ ପୁରୁଷ । କିନ୍ତୁ ସାବଧାନ ବର୍ତ୍ତମାନ କୋର୍ଟ କରିଛି କିଛି ଏଭଳି ନିୟମ । ଜାଣନ୍ତୁ କଣ ଘୋଷଣା କରିଛିି ଗୁଜୁରାଟ୍ ହାଇକୋର୍ଟ ।

ସ୍ୱାମୀଙ୍କ ବିରୋଧରେ ଯଦି ମିଥ୍ୟା ଅଭିଯୋଗ ଆଣନ୍ତି । ଏବଂ ତାହା ମିଥ୍ୟା ବୋଲି ପ୍ରମାଣ ହୋଇଯାଏ । ତେବେ ମିଥ୍ୟା ଅଭିଯୋଗ କରିଥିବା ପତ୍ନୀ ଜେଲ ଯାଇପାରନ୍ତି । କୌଣସି ପତ୍ନୀ ଯଦି ତାଙ୍କ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣନ୍ତି ତେବେ ତାହାକୁ କ୍ରୁରତା ଶ୍ରେଣୀଭୁକ୍ତ କରାଯାଇ ବିଚାର କରାଯିବ। ଯାହା ପ୍ରମାଣିତ ହେବା ପରେ ତାଙ୍କୁ କଠୋର ଶାସ୍ତି ଦିଆଯିବ ବୋଲି କହିଛନ୍ତି କୋର୍ଟ।

Advertisement

ସୂଚନା ଅନୁଯାୟୀ ବନାଶକାଣ୍ଠା ଜିଲ୍ଲାର ଜଣେ ବାସିନ୍ଦା ନିଜ ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ତାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି କରିଥିଲେ । ଏନେଇ ସେ ଜିଲ୍ଲା କୋର୍ଟରେ ଛାଡପତ୍ରର ଆବେଦନ ମଧ୍ୟ କରିଥିଲେ । ସ୍ୱାମୀଙ୍କୁ ଆବେଦନ କରିବାର ଦେଖି ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଅନ୍ୟ ନାରୀଙ୍କ ସହ ଅନୈତିକ ସର୍ମ୍ପକ ରଖୁଛନ୍ତି । ସେଥିଲାଗି ସେ ତାଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି । ଏମିତିକି ସ୍ୱାମୀ ତାଙ୍କୁ ଏବଂ ତାଙ୍କ ମାଁଙ୍କୁ ଘରୁ ବାହାର କରିଦେଇଛନ୍ତି ।

ଅନ୍ୟପଟେ ସ୍ୱାମୀଙ୍କ ଅଭିଯୋଗ ମୁତାବକ ପତ୍ନୀ ସ୍ୱଇଛାରେ ଏକମାତ୍ର ପୁଅକୁ ନେଇ ଘରୁ ବାହାରି ପଳାଇଛନ୍ତି । ତେବେ ଜିଲ୍ଲାକୋର୍ଟରେ ଏହି ମାମଲା ରବ୍ଧ ହୋଇଯିବାପରେ । ଏନେଇ ସେ ଗୁଜୁରାଟ୍ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ପରେ ମହିଳା ଜଣଙ୍କ ମିଛ କହୁଥିବା ଜାଣିବାକୁ ପାଇଥିଲେ କୋର୍ଟ । ଏନେଇ ସେ ମହିଳାଙ୍କୁ ତାଗିଦ୍ କରିବା ସହ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୌଣସି ମହିଳା ବା ସ୍ତ୍ରୀ ନିଜ ତ୍ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସର୍ମ୍ପକର ଅଭିଯୋଗ ଆଣନ୍ତି । ତେବେ ତାକୁ କୃରତା ଶ୍ରେଣୀଭୁକ୍ତ କରାଯାଇ ବିଚାର କରାଯିବ ।ଯାହା ପ୍ରମାଣିତ ହେବାପରେ ମହିଳାଙ୍କୁ କଠୋ ଦଣ୍ଡ ଦିଆଯିବ ବୋଲି କହିଛନ୍ତି କୋର୍ଟ । ।ନେକ ମାମଲାରେ ଜଣେ ପୁରୁଷ ନାରୀଙ୍କ ନିର୍ଯ୍ୟାତନାର ଶିକାର ପାଲଟୁଥିବା ବେଳେ ଏଥିପ୍ରତି ସାଧାରଣତ ସମାଜର ଧ୍ୟାନ କମ୍ ଯାଇଥାଏ । ହେଲେ ଗୁଜୁରାଟ୍ ହାଇକୋର୍ଟ କରିଥିବା ଏ ଟିପ୍‌ଣି ଆଗକୁ ଏ ସମ୍ବନ୍ଧିୟ ମାମଲାରେ ପରୁଷଙ୍କୁ ନ୍ୟାୟ ଦେବାରେ ଏକ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିବ ।

Leave a Reply

Your email address will not be published. Required fields are marked *