Pratidin TV

Odisha's Digital News Platform

ଆଉ ସହିପାରିଲାନି , ଶେଷରେ ନିଜ ହାତରେ ସ୍ୱାମୀର ବେକ କାଟିଦେଲା ।

1 min read

ଗଞ୍ଜାମ ; କେହି କେହି ଏହି ଖବରଟିକୁ ଅବିଶ୍ୱାସ ମଊ୍ୟ କରିପାରନ୍ତି । କିନ୍ତୁ ଏହା ସତ , ସତ୍ୟଯୁଗରେ ଯମ ସହ ଲଢି ସାବିତ୍ରୀ ନିଜ ସ୍ୱାମୀର ଜୀବନ ଫେରିପାଇଥିବା ବେଳେ କିନ୍ତୁ ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ ଏହାର ପୁରା ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ହାତରେ ସ୍ୱାମୀର ବେକ କାଟିଦେଇଛି ସ୍ତ୍ରୀ । କିନ୍ତୁ କାହିଁକି ?

ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୋହିତ ପାତ୍ର (୪୫)। ବରିଗୁଡ଼ା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର ପ୍ରାୟ ସମୟରେ ମଦ ପିଇ ତାଙ୍କ ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମାରପିଟ କରନ୍ତି। ଆଜି ସକାଳେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଥା କଟାକଟି ହୋଇଥିଲା। ସେହି ସମୟରେ ଉତ୍କ୍ଷିପ୍ତ କସ୍ତୁରୀ ଏକ ଧାରୁଆ ଛୁରୀରେ ରୋହିତଙ୍କୁ ଆକ୍ରମଣ କରିଥିଲେ। ସେ ରୋହିତଙ୍କ ବେକ ଓ ପିଠିକୁ କାଟି ଦେଇଥିଲେ।

Leave a Reply

Your email address will not be published. Required fields are marked *