ସଂଯୋଗ ନା ସାଜିସ୍ : ନିଆଁ ଲାଗି ପୋଡି ହୋଇଗଲେ ପୁରା ପରିବାର..
1 min readଝାରସୁଗୁଡା : ଝାରସୁଗୁଡାରୁ ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ । ଲୋକମାନଙ୍କ ଆଖିସାମ୍ନାରେ ଜଳିଗଲା ପୁରା ଘର । ସୂଚନାଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୩ ଟା ସମୟରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ପଡ଼ା ରେ ଗୋଟିଏ ପରିବାରର ତିନି ଜଣ ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯିବାରୁ ତିନିଜଣ ପୋଡ଼ି ଆହତ ହୋଇଛନ୍ତି । ଏହାସହ ଘରର ସବୁ ଜିନିଷ ପତ୍ର ମଧ୍ୟ ଜଳି ପାଉଁସ ହୋଇଯାଥିବା ସୂଚନା ମିଳିଛି । ତେବେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତକାଲି ରାତି ୩ ଟା ସମୟରେ ଇଟାଭାଟି ପଡାର ଟିକେଶ୍ୱର ଦେବାଙ୍ଗ ତାଙ୍କ ପତ୍ନୀ ସୁଶିଳା ଦେବାଙ୍ଗ ଏବଂ ଛୋଟ ପୁଅ ବୀର ଦେବାଙ୍ଗ ନିଜ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳୁ ପତ୍ନୀ ସୁଶିଳା ଦେବାଙ୍ଗଙ୍କ ଜୀବନ ଚାଲିଯାଇଥିବା ବେଳେ ଟିକେଶ୍ୱର ଦେବାଙ୍ଗ ଏବଂ ତାଙ୍କ ପୁଅ ବୀରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ତେବେ ରାତି ୩ଟା ସମୟରେ ନିଶବ୍ଧ ରାତିରେ ହଠାତ୍ କିପରି ନିଆଁ ଲାଗିଲା ତାକୁ ନେଇ ଗ୍ରାମବସୀଙ୍କ ମନରେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ସଂଯୋଗ ନା ସୃଚିନ୍ତିତ ହତ୍ୟା ଯୋଜନା ତାହା ବର୍ତ୍ତମାବ ସୁଦ୍ଧା ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ନିଆଁ ଲାଗିବା ବା କିଏ ରାତି ଅଧରେ ପୁରା ପରିବାରକୁ ଶେଷ କରିଦେବା ପାଇଁ ଯୋଜନ । କରାଛି ଏ ଦିଗକୁ ଲକ୍ଷ ରଖି ତଦନ୍ତ ଚଳାଇଛି ପୋଲିସ ।