କ୍ୟାନସରରେ ଚାଲିଗଲେ ପତ୍ନୀ, ଆଇସିୟୁ ଭିତରେ ନିଜକୁ ଗୁଳି କରି ଜୀବନ ହାରିଲେ ଗୃହ ସଚିବ
1 min readସ୍ତ୍ରୀର ମୃତ୍ୟୁ ସହ୍ୟ କରିପାରିଲେନି ସ୍ୱାମୀ | ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ | ଆସାମ୍ୱରୁ ଆସିଛି ଏପରି ଏକ ଦୁଃଖଦ ଘଟଣା | ସ୍ତ୍ରୀଙ୍କ ମୃତ୍ୟୁ ପରେ ପରେ ଡାକ୍ତରଖାନା ଆଇସିୟୁରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଜଣେ ଆଇପିଏସ(ଭାରତୀୟ ପୁଲିସ ସେବା) ଅଧିକାରୀ।
ସୂଚନା ଅନୁଯାୟୀ, ୪୪ ବର୍ଷୀୟ ଶିଳାଦିତ୍ୟ ଚେଟିଆ ଆସାମର ଗୃହ ଏବଂ ରାଜନୈତିକ ସଚିବ ପଦବୀରେ କାର୍ଯ୍ୟରତ | ଶିଳାଦିତ୍ୟଙ୍କ ସ୍ତ୍ରୀ ଆଗାମୋନି ବୋରବରୁଆ(୪୦) କର୍କଟ ରୋଗରେ ଆକ୍ରାନ୍ତ ଥିଲେ | ସେ କ୍ୟାନସରର କାରସିନୋମାର ୪ର୍ଥ ଷ୍ଟେଜରେ ଥିଲେ। ଚେନ୍ନାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୨୫ରେ ଆଇସିୟୁରେ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଥିଲା | ଏହାର ୧୦ ମିନିଟ ପରେ ଶିଳାଦିତ୍ୟ ସ୍ତ୍ରୀ ଥିବା ଆଇସିୟୁ କ୍ୟାବିନକୁ ଯାଇଥିଲେ। ଆଇସିୟୁରେ ସ୍ତ୍ରୀଙ୍କ ପାଇଁ ପ୍ରାର୍ଥନା କରିବେ ବୋଲି ଡାକ୍ତରମାନଙ୍କୁ ଅନୁରୋଧ କରି ସେ ଭିତରକୁ ପ୍ରବେଶ କରିଥିଲେ। ତେଣୁ ତାଙ୍କୁ ଭିତରକୁ ଛଡ଼ାଯାଇଥିଲା। ଏହାର କିଛି ସମୟ ପରେ ଆଇସିୟୁ କ୍ୟାବିନ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲେ। ଡାକ୍ତର ଓ କର୍ମଚାରୀମାନେ ତୁରନ୍ତ ଭିତରକୁ ଯାଇ ଦେଖିଲା ବେଳକୁ ମୁଣ୍ଡରେ ଗୁଳି ବାଜି ଶିଳାଦିତ୍ୟଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତଳେ ପଡ଼ିଥିଲା।
ସ୍ତ୍ରୀଙ୍କ ସେବା ପାଇଁ ୪ ମାସ ଧରି ଛୁଟିରେ ଥିଲେ | ସେ ଦୀର୍ଘ ମାସ ହେଲା ହସ୍ପିଟାଲରେ ରହି ପତ୍ନୀଙ୍କ ସେବା କରୁଥିଲେ। ସ୍ତ୍ରୀଙ୍କ ଅସୁସ୍ଥତା ପାଇଁ ଶିଳାଦିତ୍ୟ ମାନସିକ ଚିନ୍ତାରେ ଥିଲେ | ତେବେ ସ୍ତ୍ରୀର ମୃତ୍ୟୁ ପରେ ଏହା ସହ୍ୟ ନ କରିପାରି ସ୍ତ୍ରୀ ଥିବା ଆଇସିୟୁରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି |