Pratidin TV

Odisha's Digital News Platform

ସାବିତ୍ରୀ ବ୍ରତ ରେ ସ୍ତ୍ରୀ ର ଅଭିଯୋଗ , ସ୍ୱାମୀ ବାଧ୍ୟ କରୁଛି ଶଶୁର ସହ ଶାରୀରିକ ସମ୍ପର୍କ ରଖିବାକୁ..

1 min read

ସାବିତ୍ରୀ ବ୍ରତ ରେ ସ୍ତ୍ରୀ ଆଣିଲା ସ୍ୱାମୀ ଓ ଶଶୁର ନାଁ ରେ ସାଙ୍ଘାତିକ ଅଭିଯୋଗ। ସ୍ୱାମୀ ବାଧ୍ୟ କରୁଛି ସ୍ତ୍ରୀ କୁ ଶଶୁର ସହ ଶାରୀରିକ ସମ୍ପର୍କ ରଖିବାକୁ। ଏ ଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ନିମପୁର ଗ୍ରାମରେ। ସୂଚନା ମୁତାବକ ସ୍ୱାମୀ ଶଶିକାନ୍ତ ବେହେରା ୨୦୧୨ ମସିହା ରେ ବୈଦିକ ରୀତିରେ ବିବାହ କରିଥିଲେ।

ପରେ ପୁତ୍ର ସନ୍ତାନ ଟେ ବି ଜନ୍ମ ହୋଇଥିଲା। ହେଲେ ଶଶିକାନ୍ତ ଆଉ ଜଣେ ମହିଳା ସହିତ ପ୍ରେମ ସମ୍ପର୍କ ରଖିଥିଲେ  ଏ କଥା ଧୀରେ ଧୀରେ ସ୍ତ୍ରୀ ଜାଣିବାକୁ ପାଇଥିଲା। ଏ ବାବଦରେ ପ୍ରତିବାଦ କରିବାରୁ ସ୍ତ୍ରୀ କୁ  ମାଡ଼ ମାରି ଡରେଇ ରଖୁଥିଲେ  ।   ସେ ଘରେ ରହି ମଧ୍ୟ ଅନ୍ୟ ମହିଳା କୁ ଭିଡ଼ିଓ କଲ୍ ରେ ବି କଥା ହଉଥିଲା ଯାହା ତାଙ୍କ  ନିଜ ସ୍ତ୍ରୀ ସହି ପାରୁନଥିଲା। ଏ ପଟେ ଶଶୁର ଜବରଦସ୍ତି ବୋହୁ ସହ ରଖୁଥିଲା ଶାରୀରିକ ସମ୍ପର୍କ। ଏ କଥା ସ୍ୱାମୀ କୁ କହିଲେ ସ୍ୱାମୀ କହୁଥିଲା ଘରେ ଯଦି ରହିବୁ ଏ ସବୁ କରିବାକୁ ପଡିବ। ଏ ବାବଦରେ ବାପ ଘର ଲୋକ ଜାଣିବା ପରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଏବେ ସ୍ୱାମୀ ଓ ଶଶୁର ପୋଲିସ ଡରରେ ଫେରାର ଥିବା ଜଣା ପଡିଛି।

Advertisement

Leave a Reply

Your email address will not be published. Required fields are marked *