Pratidin TV

Odisha's Digital News Platform

ପରିସ୍ଥିତି ଦେଖି ବଦଳିିନଥିଲେ ପ୍ରେମିକା , ସ୍ତ୍ରୀ ହୋଇ କରୁଛନ୍ତି ସ୍ୱାମୀଙ୍କ ସ୍ୱପ୍ନ ପୂରଣ ….

1 min read

ଯାଜପୁର ; ଆଜିର ସ୍ୱାର୍ଥପର ଦୁନିଆରେ ସମାଜକୁ ପ୍ରକୃତ ପ୍ରେମର ଶିକ୍ଷା ଦେଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତ ଏକତଳା ଗାଆଁ ର ଅଶୋକ ମହାନ୍ତି ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ । ଖରାପ ପରିସ୍ତିତିରେ ପ୍ରେମିକଙ୍କ ହାତ ନଛାଡି ସ୍ତ୍ରୀ ହୋଇ ଦେଇଥିଲେ ସାଥ୍ ଆଉ ଆଜି ଦୁହେଁ ସଫଳ ଉଦୈାଗୀ ।

ତେବେ ଘଟଣାଟି ଏମିତିକି ଅଶୋକ ଯୁକ୍ତତିନି ବାଣିଜ୍ୟ ପାଠପଢା ଅଧାରୁ ଛାଡ଼ି ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାମ କରୁଥିଲେ । ସେଠାରେ କାର୍ଯ୍ୟରତ ସହକର୍ମୀ ବିଜୟଲକ୍ଷ୍ମୀ ପଣ୍ଡା ଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୁହିଁଙ୍କର ଅନେକ ଆଶା ଥିଲା ଜୀବନକୁ ନେଇ । କିନ୍ତୁ ୨୦୧୩ ମସିହା ରେ ବଦଳି ଯାଇଥିଲା ଜୀବନ ର ଗତିପଥ । ଅଶୋକ କୋରିଅର ନେଇ ଯାଉଥିବା ବେଳେ ବାଲେଶ୍ବର ଠାରେ ଏକ ଟ୍ରେନ ଦୃଘଟଣକ୍ଷ ରେ ନିଜର ଦୁଇଗୋଡ଼ ହରାଇ ବସିଲେ ।ଜଣେ ସୁସ୍ଥ ସବଳ ମଣିଷ ରୁ ପାଲଟି ଗଲେ ଦିବ୍ୟାଙ୍ଗ। ତଥାପି ପ୍ରେମ ବନ୍ଧନ ରେ ବାନ୍ଧି ହୋଇଥିବା ବିଜୟଲକ୍ଷ୍ମୀ ଅଶୋକ ଙ୍କ ହାତ ଛାଡ଼ି ନଥିଲେ ।ଏହାପରେ ଅଶୋକ ଙ୍କ ହାତଧରି ଭୁବନେଶ୍ୱର ଛାଡ଼ି ଏକତଳା ଗାଆଁର ବହୁ ସାଜିଥିଲେ ।

Advertisement

ପ୍ରେମିକାରୁ ସ୍ତ୍ରୀ ସାଜି ସ୍ୱାମୀଙ୍କ ପାଇଁ ବନିଲେ ପ୍ରେରଣା

ନିଜ ପରିବାର ଚଳାଇବା ପାଇଁ ଅଶୋକ ଏବଂ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ନିଜ ଘର ଆଗରେ ଏକ ପାନ ଦୋକନ କରିଥିଲେ ।ଏବଂ ପରବର୍ତ୍ତୀ ସମୟରେ ନିଜେ କିଛି କରିବାର ଆଗ୍ରହ ପ୍ରକାଶ କରି ୟୁଟୁବ୍ ରେ ବାୟୋଟେକ୍ ପଦ୍ଧତି ରେ କିଭଳି ଭାବେ ମାଛଚାଷ କରାଯାଉଛି ତାହା ଦେଖି ୨୦୧୯ ମସିହା ରେ ନିଜ ଘରେ ଆରମ୍ଭ କରିଥିଲେ ମାଛଚାଷ । ସେବେ ଠାରୁ ପତି ପତ୍ନୀ ଦୁହେଁ ଆଉ ପଛକୁ ଚାହିଁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *