Pratidin TV

Odisha's Digital News Platform

ଘରୋଇ କଳିର କରୁଣ ପରିଣାମ:ଦେଶୀ ବନ୍ଧୁକରେ ନେଲା ସ୍ତ୍ରୀର ଜୀବନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ନିକଟରେ ଯାଇଛି ସାବିତ୍ରୀ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ କରିଥିଲେ ମହିଳା । ତେବେ ବ୍ରତକୁ ଦୁଇ ଦିନ ନ ପୁରୁଣୁ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଛି ଜହ୍ଲାଦ ସ୍ୱାମୀ । ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉତକ୍ଷିପ୍ତ ସ୍ୱାମୀ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ।

ଘଟଣା ପରେ ଅଭିଯୁକ୍ତକୁ କାବୁ କରି ପୋଲିସର ଜିମାଦେଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ହୋଇଥିଲା । ଉଭୟେ ଅନେକ ସମୟ ଧରି ବଚସା ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରୋହିତ ଏକ ଦେଶୀ ବନ୍ଧୁକରେ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଗୀତାଞ୍ଜଳି ଟଳି ପଡ଼ିଥିଲେ। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହେବାକୁ ପ୍ରୟାସ କରୁଥିଲା ।

ଗ୍ରାମବସୀ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି । ମୃତଦେହ ଜବର କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯାଇଥିବା ଜଣାପଡିଛି। ଦେଖନ୍ତୁ ଭିଡିଓ…..

Leave a Reply

Your email address will not be published. Required fields are marked *