Pratidin TV

Odisha's Digital News Platform

ସ୍ତ୍ରୀ କହିପାରିଲାନି ଇଂରାଜୀ , ଛାଡପତ୍ର ଦେବାପାଇଁ ସ୍ୱାମୀ ନେଲେ ଚରମ ନିଷ୍ପତ୍ତି ..

1 min read

ଭାଷା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ । ସ୍ୱାମୀ ହିନ୍ଦୀ ଜଣିପାରୁନଥିଲେ ସ୍ତ୍ରୀ ଇଂରାଜୀ କହିପାରୁନଥିଲେ । ବାସ୍ ଏଇ ଗୋଟିଏ କାରଣ ପାଇଁ ଭାଙ୍ଗି ଯିବାକୁ ବସିଛି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ । ଆଜି ସ୍ୱାମୀ ସ୍ତ୍ରୀ ମଝିରେ ପାଚେରୀ ହୋଇ ଛିଡା ହୋଇଛି ଭାଷା । ଆଉ ଭାଙ୍ଗିବାକୁ ବସିଛି ସାତ ଜନ୍ମର ସମ୍ପର୍କ । ଏପରି ଏକ ଅଜବ ମାମଲା ତାଜନଗରୀ ଆଗ୍ରାରେ ଦେଖିବାକୁ ମିଳିଛି । ଆଜି ସ୍ୱାମୀ ସ୍ତ୍ରୀଙ୍କ କଥା କୋର୍ଟରେ ପହଞ୍ଚିଛି , ତାହା ପୁଣି କେବଳ ଇଂରାଜୀ କହିପାରୁ ନ ଥିବାରୁ । ଏହି ଘଟଣା ବିବାହର ତିନି ମାସ ପରେ ଘଟଛି । ଏକ ବର୍ଷ ପୂର୍ବେ ଦୁହିଁଙ୍କର ସାକ୍ଷାତ ହୋଇଥିଲା ତିନି ମାସ ପୂର୍ବରୁ ଉଭୟ ପ୍ରେମ ବିବାହ କରିଥିଲେ । ଯୁବକ ଗୁରୁଗ୍ରାମର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ସେ ଦକ୍ଷିଣ ଭାରତର, ଯେଉଁଥିପାଇଁ ସେ ହିନ୍ଦୀ ଜାଣନ୍ତି ନାହିଁ । ସେ ପ୍ରାୟ ଏକ ବର୍ଷ ପୂର୍ବେ ତାଲିମ ପାଇଁ ଆଗ୍ରା ଆସିଥିଲେ । ସେ ଏକ ସମୟରେ ଆଗ୍ରାର ଜଣେ ଝିଅକୁ ଭେଟିଥିଲେ ।

ଏହା ପରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା । ଦୁହେଁ ଏକାଠି ରହିବାକୁ ଏବଂ ଜୀବନ ଗଢିବାକୁ ଶପଥ କରିଥିଲେ । ପରେ ତିନିମାସ ତଳେ ଉଭୟ ଧୁମ୍ ଧାମରେ ବିବାହ କରିଥିଲେ । ପୋଲିସର କହିବା ମୁତାବକ ତାଙ୍କ ସ୍ୱାମୀ ଇଂରାଜୀ କୁହନ୍ତି । କିନ୍ତୁ ତାଙ୍କୁ ଇଂରାଜୀ ଆସେନି । ତାଙ୍କୁ କେବଳ ହିନ୍ଦୀ ଆସେ । କିନ୍ତୁ ତାଙ୍କ ସ୍ୱାମୀ ହିନ୍ଦୀ ବୁଝିପାରନ୍ତି ନାହିଁ । ଏହାକୁ ନେଇ ତାଙ୍କ ଘରେ ଲାଗି ରହୁଥିଲା ବିବାଦ । କେବଳ ଇଂରାଜୀରେ କଥା ହେବାକୁ ତାଙ୍କ ସ୍ୱାମୀ ତାଙ୍କ ଉପରେ ଚାପ ପକାଉଥିଲେ । ଏହି କାରଣରୁ ସେ ବିରକ୍ତ ବି ହେଉଥିଲେ । ସେତେବେଳେ ବି ସେ ହିନ୍ଦୀରେ କଥା କହୁଥିଲେ । ତାଙ୍କ ସ୍ୱାମୀ ତାଙ୍କୁ ମାର୍ ପିଟ୍ କରୁଥିଲେ ।

Advertisement

ଫଳରେ ରାଗିଯାଇ ସେ ତାଙ୍କ ବାପା ମାଆଙ୍କ ପାଖକୁ ଚାଲିଆସିଥିଲେ । ଏହି ମାମଲାରେ ଝିଅର ଅଭିଯୋଗ ପରେ ସ୍ୱାମୀଙ୍କୁ ପରିବାର ପରାମର୍ଶ କେନ୍ଦ୍ରକୁ ଡକାଯାଇଥିଲା । ସେ କହିଛନ୍ତି ଯେ ସେ ଦକ୍ଷିଣ ଭାରତର, ତାଙ୍କୁ ହିନ୍ଦୀ ଭଲଭାବେ ଆସେନି । ସ୍ତ୍ରୀ ଇଂରାଜୀରେ କଥାବାର୍ତ୍ତା ହୋଇନପାରିବାରୁ ଉଭୟଙ୍କ ମଧ୍ୟରେ କୌଣସି ବୁଝାମଣା ଠିକ୍ ରହିଲାନନ । ଯାହା ପରେ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେବାକୁ ସ୍ପଷ୍ଟ ଭାବେ କହିଛନ୍ତି ।

Leave a Reply

Your email address will not be published. Required fields are marked *