Pratidin TV

Odisha's Digital News Platform

ଜେଲ୍ ରୁ ଆସିଲା କେଜରିୱାଲଙ୍କ ଚିଠି , ସ୍ୱାମୀଙ୍କ ଚିଠି ପଢି ସ୍ତ୍ରୀ ଦେଲେ ପ୍ରତିଶୃତି ..

1 min read

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଜେଲ୍ ରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଆପ୍ ର ମୁଖ୍ୟ ଗିରଫ ହେବା ପରେ ସାମ୍ନାକୁ ଆସିଛନ୍ତି ସ୍ତ୍ରୀ ସୁନୀତା କେଜରିୱାଲ । ସୋଶିଆଲ ମିଡିଆରେ ସୁନୀତା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଜନତାଙ୍କ ଉଦ୍ଦେଶ୍ୟରେ କେଜରିୱାଲ ପଠାଇଥିବା ସନ୍ଦେଶକୁ ପଢି ଶୁଣାଇଛନ୍ତି । ଏହି ଭିଡିଓରେ ସୁନୀତା ବହୁତ ଦୁଃଖିତ ମଧ୍ୟ ଜଣା ପଡିଛନ୍ତି । ସେ ବେଶ୍ ଧିର ସ୍ୱରରେ କେଜ୍ରିୱାଲଙ୍କ ସନ୍ଦେଶକୁ ବର୍ଣ୍ଣନା କରୁଛନ୍ତି । ଏହି ଭିଡିଓରେ ସୁନୀତା କେଜ୍ରିୱାଲ ସେହି ଚେୟାରରେ ବସିଛନ୍ତି ଯେଉଁଠି ତାଙ୍କ ସ୍ୱାମୀ ଅରବିନ୍ଦ କେଜ୍ରିୱାଲ ବସି ଜନସାଧାରଣଙ୍କୁ ସମ୍ବୋଧିତ କରିଥାନ୍ତି ।

ସୁନୀତା କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ ଚିଠି ପଢିଥିଲେ । ସେ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କ ପାଇଁ ଏହି ଚିଠି ଲେଖିଛନ୍ତି । ଗିରଫ ଆମକୁ ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ସେ ଚିଠିରେ ଲେଖିଛନ୍ତି । ଯଦିଓ ମୋତେ ଗିରଫ କରାଯାଇଛି । ମୁଁ ଜେଲରେ ରହିବି କି ବାହାରେ ରହିବି । ମୁଁ ତୁମ ପାଇଁ କାମ ଜାରି ରଖିବି । ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଥରେ ମନ୍ଦିର ପରିଦର୍ଶନ କରି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି । ମୁଁ ଶୀଘ୍ର ବାହାରକୁ ଆସିବି । ଦିଲ୍ଲୀର ମହିଳାମାନଙ୍କୁ କହିଥିଲେ ଯେ ସେମାନେ ନିଶ୍ଚିତ ଭାବରେ ମହିଲା ସମ୍ମାନ ଯୋଜନା ଅଧୀନରେ ୧୦୦୦ଟଙ୍କା ପାଇବେ । କୌଣସି ଜେଲ ମୋତେ ଅଧିକ ସମୟ ରଖିପାରିବ ନାହିଁ ।


ସେ କହିଛନ୍ତି ଯେ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତତ୍ତ ଦେଶ ପାଇଁ ଅଟେ । କେଜରିୱାଲ କହିଛନ୍ତି ଯେ ସେ ଶୀଘ୍ର ବାହାରକୁ ଆସିବେ ଏବଂ ଆପଣଙ୍କ ପାଇଁ କାମ କରିବେ । କୋଟି କୋଟି ଲୋକଙ୍କ ପ୍ରାର୍ଥନା ମୋ ସହିତ ଅଛି । ଆମ ଆଦମୀ ପାର୍ଟି କର୍ମୀମାନଙ୍କୁ ନିବେଦନ କରିଛନ୍ତି ଯେ ଜନସେବା କାର୍ଯ୍ୟ ବନ୍ଦ ହେବା ଉଚିତ ନୁହେଁ । ଭାଜପା ଲୋକଙ୍କୁ ଘୃଣା କର ନାହିଁ, ସେମାନେ ସମସ୍ତେ ମୋର ଭାଇ । ମୁଁ ଶୀଘ୍ର ଫେରିବି ତୁମର ଭାଇ ଅରବିନ୍ଦ ।

Leave a Reply

Your email address will not be published. Required fields are marked *