Pratidin TV

Odisha's Digital News Platform

ସ୍ୱାମୀଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି ସତ୍ୟଭାମା

1 min read

ଯାଜପୁର ; ସ୍ୱାମୀକୁ ଅପେକ୍ଷା କରି ଅନାଇ ବସିଛି ସ୍ତ୍ରୀ । ସ୍ୱାମୀ ଆଜକୁ ପାଞ୍ଚବର୍ଷ ହେଲାଣି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯାଇ ଆଜି ପର୍ଯ୍ୟନ୍ତ ଫେରିଲେ ନାହିଁ । ଦାଦନ ସମସ୍ୟା ଆମ ରାଜ୍ୟରେ କୌଣସି ନୂଆ କଥା ନୁହେଁ, ପ୍ରତିବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାନ୍ତି । ସେଠାକାର ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ରୋଗଗ୍ରସ୍ତ ହୋଇ ଅବା କାମର ଭାର ସହିନପାରି ଶବ ହୋଇ ଫେରିଥାଆନ୍ତିା ଆମ୍ଭେ କହୁଛୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ସତ୍ୟଭାମା ସାହୁଙ୍କ କଥା । ଏ ଥାନାରୁ ସେ ଥାନା ସହ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି କୌଣସି ସୁଫଳ ମିଳି ପାରି ନାହିାଁ ଦୁଇ ଝିଅଙ୍କୁ ଧରି ଏକା ଏକା ଦୁର୍ଦ୍ଦିନ ରେ କାଳତିପାତ କରୁଛନ୍ତି ।

୨୦୧୯ ମସିହାରୁ ସ୍ୱାମୀ ବାହାଦୁର ସାହୁ ବାହାର ରାଜ୍ୟ ତାମିଲନାଡୁ (ଚେନାଇ)କୁ ସେହି ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ସହିତ କାମ ଅନ୍ୱେଷଣ ରେ ଯାଇଥିଲେ । ପରିତାପର ବିଷୟ ଯିବା ବାଟ ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁହେଁ ଗାଡ଼ିରେ ଚଢିଥିଲେ ଗାଡ଼ି ଭିଡ଼ ଯୋଗୁଁ ଗୋଟିଏ ଡ଼ବାରେ ସେମାନେ ଏକାଠି ହୋଇ ପାରିନଥିଲେ । ଚେନାଇ ଷ୍ଟେସନରେ ଓହ୍ଲାଇ ସାଙ୍ଗରେ ନେଇଥିବା ବ୍ୟକ୍ତି ଜଣକ ବହୁତ ଖୋଜାଖୋଜି କରି କୌଣସି ପତ୍ତା ପାଇପାରି ନଥିଲେ ବାହାଦୁରଙ୍କ । ସ୍ୱାମୀର ନିଖୋଜ ସମ୍ପର୍କରେ ସ୍ତ୍ରୀ ସତ୍ୟଭାମା ପାଖକୁ କଲ୍ କରି ସବୁ କହିଦେଇଥିଲେ ସାଙ୍ଗରେ ନେଇଥିବା ବ୍ୟକ୍ତି ଜଣକ । ସେହି ଦିନଠାରୁ ଆଜି ଯାଏ ନିଜ ସ୍ୱାମୀର ଆସିବା ବାଟକୁ ଅନାଇ ଅନାଇ ଲୁହ ଗଡ଼ାଉଛନ୍ତି ପତ୍ନୀ ସତ୍ୟଭାମା । ଗୋଟେ ପଟେ ସ୍ୱାମୀର ନିଖୋଜ ଅନ୍ୟପଟେ ରାତି ପାହିଲେ ପେଟ ଚ଼ିନ୍ତା ଯାହା ବେଢି ଉପରେ କୋରଡା ମାଡ଼ ସଦୃଶ. ଦୁଇ ଝିଅଙ୍କୁ ଧରି ମାଗିଜାଚ଼ି କରି ବଡ଼ ଦୁଃଖ କଷ୍ଟରେ ଚ଼ଳି ଆସୁଛନ୍ତି । ରାସନ ଚାଉଳ ତାଙ୍କର ସମ୍ବଳ ଛଡ଼ା ଅନ୍ୟ କିଛି ନାହିଁ । ଏ ପରିବାରକୁ ସରକାରୀ ସହଯୋଗ ନିହାତି ଆବଶ୍ୟକ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ ।

Advertisement

ବାସ୍ତବରେ ସତ୍ୟଭାମାଙ୍କ ଦୁଃଖ କଣ ଦୂର ହେବ ? ଅନେଇ ବସିଛନ୍ତି କେବେ ତାଙ୍କ ସ୍ୱାମୀ ଫେରି ଆସିବ ପୁଣି ତାଙ୍କ ହସଖୁସିର ସଂସାର ପୂର୍ବଭଳି ହସି ଉଠିବ । କୌଣସି ସହୃଦୟ ବ୍ୟକ୍ତି ବାହାଦୂର ସାହୁଙ୍କ କୌଣସି ସନ୍ଧାନ ପାଆନ୍ତି ନିମ୍ନରେ ଦିଆଯାଇଥିବା ଠିକଣା ଯୋଗାଯୋଗ କରିବା ପାଇଁ ପତ୍ନୀ ସତ୍ୟଭାମା ଆକୁଳ ନିବେଦନ କରିଛନ୍ତି ।

ସତ୍ୟଭାମା ସାହୁ
ସା-ନାରାୟଣପୁର
ପୋ-ଅର୍ଦ୍ଦାଳୁଆ
ଦତ୍ତପୁର
ଥାନା-ମଙ୍ଗଳପୁର
ଜିଲ୍ଲା-ଯାଜପୁର

Leave a Reply

Your email address will not be published. Required fields are marked *