Pratidin TV

Odisha's Digital News Platform

୮୦ ଲକ୍ଷର ଗାଡି ପାଇଁ ଶିକ୍ଷୟତ୍ରୀ ସ୍ତ୍ରୀ କୁ ପିଟି ପିଟି ମାରିଦେଲା ନୃଶଂସ ସ୍ୱାମୀ ; ୪ ବର୍ଷର ପୁଅ ବଖାଣିଲା ସମ୍ପୂର୍ଣ୍ଣ ଘଟଣା ।

ଶଙ୍ଖା ସିନ୍ଦୁରର ପବିତ୍ର ସର୍ମ୍ପକକୁ ଗ୍ରାସ କଲା ଟଙ୍କାର ଲୋଭ । ଟଙ୍କା ଲୋଭରେ ସ୍ୱାମୀ ପାଲଟିଗଲା ନର ରାକ୍ଷସ । ୪ ବର୍ଷର କୁନି ପୁଅ ସାମ୍ନାରେ ପିଟି ପିଟି ନେଇଗଲା ସ୍ତ୍ରୀର ଜୀବନ । ଏପରି ଏକ ଛାତିଥରା ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରୁ ସାମ୍ନାକୁ ଆସିଛି । ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ ।

ମିଳିଥିବା ସୂଚନା ଅନୁଯାୟୀ ୯ ବର୍ଷ ପୂର୍ବେ ପଦ୍ମିନୀ ପ୍ରଧାନ ଚମ୍ପତିପୁର ଗାଁର ତପନ ସ୍ୱାଇଁଙ୍କୁ ବିବାହ କରିଥିଲେ। ସେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଇଟାମାଟି କଲେଜରେ କ୍ଲର୍କ ଥିଲେ। ଉଭୟଙ୍କ ବୈବାହିକ ଜୀବନ ବେଶ୍ ଭଲ ଭାବେ କଟୁଥିବା ବେଳେ ୪ ବର୍ଷର ଏକ ପୁଅ ମଧ୍ୟ ଥିଲା । କିନ୍ତୁ କିଛି ଦିନ ହେବ ତପନଙ୍କୁ ଘାରିଥିଲା ଦାମୀ ଗାଡି ଚଢିବାର ନିଶା । ଆଉ ଏହି ନିଶା ଟା ଯେ ଏତେ ବଢିଗଲା ଯାହା ଫଳରେ ନିରୀହ ପଦ୍ମିନୀଙ୍କ ଜୀବନ ଚାଲିଗଲା । ଏମିତିକି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଦିଆଗଲା ।ଏକଥା ଆମେ କହୁନୁ ବରଂ ପଦ୍ମିନୀଙ୍କ ୪ ବର୍ଷର କୁନି ପୁଅ ଯାହା ଦେଖିଥିଲା ତାହା ପୋଲିସ ଆଗରେ ବଖାଣିଛି ।

ଗୁରୁବାର ବିଳମ୍ବିତ ରାତିରେ ତପନ ଏବଂ ତାଙ୍କ ପରିବାର ପଦ୍ମିନୀଙ୍କୁ ତାଙ୍କ ବାପଘରୁ ୮୦ ଲକ୍ଷ ଟଙ୍କା ମାଗିବାକୁ ବାଧ୍ୟ କରିଥିଲେ । କିନ୍ତୁ ପଦ୍ମିନୀ ମନାକରିବାରୁ ଏକଥାକୁ ନେଇ ତପନଙ୍କ ପରିବାର ଲୋକେ ପଦ୍ମିନୀଙ୍କୁ ପ୍ରବଳ ପିଟିଥିଲେ। ମିଳିତ ଆକ୍ରମଣ ଯୋଗୁ ପଦ୍ମିନୀଙ୍କ ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲ। ଏଥିରେ ତପନ ତାଙ୍କ ଭାଇ ଓ ପରିବାରର ଅନ୍ୟ ସଦସ୍ୟ ବି ସାମିଲ ଥିବା ଜଣାପଡିଛି ।

ଆଜି ସକାଳୁ ଖବର ପାଇଁ ପଦ୍ମିନୀଙ୍କ ବାପା ଘର ଲୋକେ ସେଠାରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଘଟଣା ଦେଖି ତାଜୁବ ହୋଇଯାଇଥିଲେ । କାରଣ ପଙ୍ଖାରେ ରଶି ଝୁଲୁଥିବା ବେଳେ , ଝିଅ ତଳେ ପଡିଥିଲା ଆଉ ତା ମୁଣ୍ଡରୁ ରକ୍ତ ବୋହି ଶୁଖିଯାଇଥିଲା । ଏସବୁ ଦେଖି ପରିବାର ଲୋକେ ଠିକ୍ ଜାଣିପାରିଥିଲେ ଯେ ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା । ତେଣୁ ଝିଅକୁ ପିଟି ପିଟି ଶାଶୁ ଘର ଲୋକେ ମାରି ଦେଇଥିବା ସେମାନେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାର ମୁଖ୍ୟ ସାକ୍ଷୀ ହେଉଛନ୍ତି ପଦ୍ମିନୀଙ୍କ ୪ ବର୍ଷର ପୁଅ। ନିଜ ମା’ଙ୍କ ମୃତ୍ୟୁକୁ ନିଷ୍ପାପ ଶିଶୁଟି ଦେଖିଥିବା ବେଳେ ଏବେ ସମସ୍ତଙ୍କ ଆଗରେ ଏହି ଛାତି ଥରା କାହାଣୀ ବଖାଣୁଛି।

ଅନ୍ୟପଟେ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଇଛି। ଏହାସରେ ସେଠାରେ ତଦନ୍ତ ମଧ୍ୟ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ୍ ତପନଙ୍କୁ ଅଟକ ରଖି ଥାନାକୁ ନେଇଥିବା ବେଳେ ପରିବାରର ଅନ୍ୟମାନେ ଫେରାର ହୋଇ ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *