Pratidin TV

Odisha's Digital News Platform

ସ୍ୱାମୀକୁ ମାରିବାକୁ ଅନଲାଇନରେ ସୁପାରୀ ଦେଲା ସ୍ତ୍ରୀ , ଯିଏ ମୋ ସ୍ୱାମୀଙ୍କୁ ମାରିବ , ତାକୁ ମିଳିବ ୫୦ ହଜାର ..

ସ୍ୱାମୀର ସହଧର୍ମଣି ସାଜିଥାଏ ସ୍ତ୍ରୀ । ସୁଖରେ ଦୁଃଖରେ ସାଥୀ ହୋଇ ସ୍ୱାମୀକୁ ସବୁ ବିପଦ ଆପଦରୁ ସାହା ହୋଇଥାଏ । ସ୍ତ୍ରୀ ସ୍ୱାମୀର ଶୁଭ ମନାସି ସବୁବେଳେ ଚଉରା ମୁଳେ ଦୀପ ଜାଳେ । ସ୍ୱାମୀ ର ଲମ୍ବା ଆୟୁଷ ପାଇଁ ଶହେ ମାନସିକ ପୂଜା ବ୍ରତ କରିଥାଏ । ଆଉ ସ୍ୱାମୀ ପାଇଁ ସାଜିଥାଏ ସୁରକ୍ଷା କବଚ । ହେଲେ ଏ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ମାରିବା ଅନଲାଇନ୍ ରେ ଦେଇଛନ୍ତି ସୁପାରୀ । ଯାହାକୁ ନେଇ ସ୍ୱାମୀ ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଅଜବ ମାମଲା ଉତ୍ତରପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି ।

ଆଗ୍ରା ଥାନା ବାହ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗିନୀ ଅଭିଯୋଗ । ସେ କହିଛନ୍ତି ତାଙ୍କୁ ଜୀବନରେ ମାରିଦେବାକୁ ପତ୍ନୀ ଅନ୍‌ଲାଇନ୍ ରେ ସୁପାରୀ ଦେଇଛନ୍ତି । କେବଳ ସେତିକି ନୁହେଁ ଶ୍ୱଶୁର ଘର ଲୋକେ ଓ ପତ୍ନୀଙ୍କ ସାଙ୍ଗ ସାଥୀମାନେ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେ ବର୍ତ୍ତମାନ ପୋଲିସ ର ସାହାଯ୍ୟ ମାଗିଛନ୍ତି । ସ୍ୱାମୀକ୍ତ କହିବା ମୁତାବକ, ୨୦୨୨ରେ ଭିଣ୍ଡ ଜିଲ୍ଲାର ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ବିବାହର ୫ ମାସ ପରେ ପତ୍ନୀ ନିଜ ବାପଘରକୁ ଚାଲି ଯାଇଥିଲେ । ସେବେଠାରୁ ସେ ସେଠାରେ ରହୁଛନ୍ତି । ଏବେ ପତ୍ନୀ ଭରଣପୋଷଣ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଯୁବକ ଜଣଙ୍କ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏବେ ତାଙ୍କ ପତ୍ନୀ ତାଙ୍କୁ ହତ୍ୟା କରିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ ତାଙ୍କ ହ୍ୱାଟ୍ସଆପରେ ଷ୍ଟାଟସ୍ ରଖିଥିବା ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏହାକୁ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *