Pratidin TV

Odisha's Digital News Platform

AI ଫ୍ୟାଶନ୍ ଶୋ : ରାମ୍ପରେ ଚାଲିଲେ ଜଙ୍ଗଲୀ ପଶୁ ..

1 min read

ସାଧାରଣତଃ ରାମ୍ପ ଶୋ’ରେ ସୁନ୍ଦର ମଡେଲମାନଙ୍କୁ ଦେଖିବାକୁ ମିଳିଥାଏ । ସେମାନେ ତାଙ୍କ ପୋଷାକ ପରିଧାନ, ଷ୍ଟାଇଲ ଏବଂ ଅନ୍ଦାଜରେ ଚୟନକର୍ତ୍ତା ଏବଂ ଦର୍ଶକଙ୍କ ହୃଦୟ ଜିତିଥାନ୍ତି । ଆପଣ କେବେଏମିତି ରାମ୍ପ ଶୋ’ ଦେଖିଛନ୍ତି ! ଯେଉଁଥିରେ ଜଙ୍ଗଲୀ ପଶୁ ମାନେ ରାମ୍ପ ୱାକ କରୁଥିବା ଦେଖିବାକୁ ମିଳିଛି । ତେବେ ଏ କଥା ହୁଏତ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏହା ସମ୍ଭବ ହୋଇଛି । ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, (ଏଆଇ)। ଏଆଇ ପୁଣି ଥରେ ସୋସିଆଲ ମିଡିଆ ୟୁଜରଙ୍କୁ ଏହାର କଳ୍ପନା ଶକ୍ତି ଦ୍ବାରା ଆଶ୍ଚର୍ଯ୍ୟ କରିଛି। 

ଏଆଇ ଏହାର କଳ୍ପନାକୁ ବ୍ୟବହାର କରି ରାମ୍ପରେ ଚାଲୁଥିବା ଜଙ୍ଗଲୀ ପ୍ରାଣୀଙ୍କର ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ, ସମସ୍ତ ପ୍ରାଣୀ ବିପଜ୍ଜନକ ତଥା ହିଂସ୍ର ବଦଳରେ ସୁନ୍ଦର ଦେଖାଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜର ଚକିତ ହୋଇଯାଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ _aiwood ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓ ଜୁଲାଇ ୨୬ରେ ସେୟାର ହୋଇଛି। ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାମ୍ପରେ ଚାଲିବାରେ ସିଂହୀ ଆଗରେ ଅଛି ଏବଂ ତା’ପରେ ଘୋଡା ଏବଂ ଜଳହସ୍ତୀ ମଧ୍ୟ ଲାଇନରେ ଅଛି। ସମସ୍ତ ପ୍ରାଣୀ ସ୍ବତନ୍ତ୍ର ‌ଶୈଳୀରେ ଚାଲୁଛନ୍ତି। ସେମାନଙ୍କୁ ଦେଖିବା ପରେ ସେମାନଙ୍କର ମନୋଭାବ ଫିଲ୍ମ ଷ୍ଟାରଙ୍କ ଭଳି ଲାଗୁଛି ବୋଲି ବହୁ ୟୁଜର ମନ୍ତବ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *