Pratidin TV

Odisha's Digital News Platform

ଜବତ ହେଲା ବାରହା ମାଂସ, ୪ ଶିକାରୀ ଗିରଫ..

1 min read

ଜବତ ହେଲା ଦୁଇ ବାରହାଙ୍କର  ମୃତଦେହ । ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡ଼େଣିଗଡ଼ ବିଟ ଅଞ୍ଚଳ ରୁ ଦୁଇଟି  ବାରହା ର ମୃତ ଦେହ ସହ ଚାରିଜଣ ଆସାମୀଙ୍କୁ ଗିରଫ କରିଛି ପୋଲିସ।   ଆସାମୀଙ୍କ ପାଖରୁ  ଦୁଇଟି ବାଇକ  ଜବତ କରିଛି ବନବିଭାଗ। ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତି ପ୍ରାୟ ତିନିଟା ସମୟରେ ଅଭିଯୁକ୍ତ ମାନେ ଦୁଇଟି ବାଇକ ଯୋଗେ କଣ୍ଡରା କାଚପାଜୁ ଅଞ୍ଚଳ ରୁ ଦୁଇଟି ବାରହା କୁ ମାରି ଦୁଇଦୁଇ ଖଣ୍ଡ କରି ବସ୍ତା ରେ ଧରି ଆସୁଥିଲେ। ବିଶେଷ ସୂତ୍ର ରୁ ଖବରପାଇ ବନବିଭାଗ ପକ୍ଷରୁ ନାଇଟ୍ ପେଟ୍ରୋଲିଙ୍ଗ ଆରମ୍ଭ କରାଯାଇଥିଲା।

ଏବଂ NH -57 କଣ୍ଡରା କାଚପାଜୁ ଛକ ଠାରେ ଆସାମୀ ଙ୍କୁ ଧରିବାରେ ସଫଳ ହୋଇଥିଲା ବନ  ବିଭାଗ । ମୁତ ବାରହା ଦୁଇଟି ର ଓଜନ ପ୍ରାୟ 3 କ୍ୱିଣ୍ଟାଲ ଥିଲା। ତା ପରେ ମୃତ ବାରହା, ଆସାମୀ ଚାରିଜଣ ଙ୍କ ସହ ଦୁଇଟି ବାଇକ କୁ ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ନେଇ ଅଧିକ ତଦନ୍ତ କରାଯାଇଥିବା ବନବିଭାଗ ପକ୍ଷରୁ ଜଣା ପଡ଼ିଥିଲା।ଏହି ପେଟ୍ରୋଲିଙ୍ଗ ରେ ଫରେଷ୍ଟର ସୁନୀଲ ଖେତୀ, ବିଜୟନନ୍ଦ ସାହୁ,ଅଭିମନ୍ୟୁ ମହାନ୍ତି,ଫରେଷ୍ଟ ଗାର୍ଡ ସୁବଳ ସାହୁ,ଶ୍ରୀକାନ୍ତ ନାୟକ ଙ୍କ ସହ  ସମସ୍ତ ସ୍କ୍ୱାର୍ଡ ସାମିଲ ଥିଲେ। ଏସ ସି ଏଫ ଆଶିଷ କଂହର ଙ୍କ ଉପସ୍ଥିତି ରେ ପ୍ରାଣୀ ଚିକିତ୍ସା ଅଧିକାରୀ ହରଭଙ୍ଗା ଙ୍କ ଦ୍ୱାରା ମୃତ ବାରହା ଦୁଇଟି ର ପୋଷ୍ଟ ମର୍ଟମ କରାଯାଇ ମାଟିରେ ପୋତା ଯାଇଥିଲା। ଏବଂ ଆସାମୀ ଚାରିଜଣ ଙ୍କୁ  କୋର୍ଟ ଚାଲାଣ କରାଯାଇଥିବା କଥା ଫରେଷ୍ଟର ସୁନୀଲ ଖେତୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *