Pratidin TV

Odisha's Digital News Platform

ବଡମ୍ବାରେ ବଣୁଆ ହାତୀ ଆତଙ୍କ ; ମହିଳାଙ୍କ ପରେ ଦଳି ଜୀବନ ନେଲା ନିରୀହ ଯୁବକଙ୍କର …..

କଟକ ; କଟକ ବଡ଼ମ୍ବା ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ବଣୁଆ ହାତୀ । ଗତକାଲି ଜଣେ ମହିଳାଙ୍କୁ ଦଳି ଜୀବନ ନେଇଥିବା ବେଳେ ଆଜି ହାତୀ ପାଦ ତଳେ ଯାଇଛି ଆଉ ଜଣେ ଯୁବକଙ୍କ ଜୀବନ । କଟକ ଜିଲ୍ଲା ବଡ଼ମ୍ବା କୁଆଁରପାଳ ଗ୍ରାମ ରେ ହାତୀ ଆତଙ୍କ ରେ ଆତଙ୍କିତ ଜନ ସାଧାରଣ ।

ଗତ ଦୁଇଦିନ ହେଲା ଗୋଟିଏ ବଣୁଆ ହାତୀ ର ଉପଦ୍ରବ ଦେଖିବାକୁ ମିଳିଛି। ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ଉକ୍ତ ଗ୍ରାମର ମହିଳା ମଞୁ ସେନାପତି ଙ୍କ ମୃତ୍ୟୁ ହୋଇଥିବା ବେଳେ। ଆଜି ଏକ ଯୁବକଙ୍କ ହାତୀ ଆକ୍ରମଣରେ ମୁତ୍ୟୁ ଘଟିଛି । ଯୁବକ ଜଣଙ୍କ ହେଲେ କୁଆଁରପାଳ ଗ୍ରାମର କାର୍ତ୍ତିକ ପ୍ରଧାନଙ୍କ ପୁଅ ୩୬ ବର୍ଷିୟ ସଞୟ ପ୍ରଧାନ ବୋଲି ଜଣାପଡ଼ିଛି।

ମଞୁ ସେନାପତି

ସୋମବାର ମଞ୍ଜୁ ଜଙ୍ଗଲ ରୁ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡି ସବୁଦିନ ପାଇଁ ଆଖିବୁଜିଦେଇଥିଲେ । ସେହିଭଳି ମଙ୍ଗଳବାର ଗ୍ରାମର ସଞ୍ଜୟଙ୍କୁ ମଧ୍ୟ ନିଜ ପାଦ ତଳେ ଦଳିପକାଇଛି ବଣୁଆ ହାତୀ । ଏନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବଣୁଆ ହାତୀ ଙ୍କ ପଲ ରୁ ଅଲଗା ହୋଇଯିବା ପରେ ହାତୀ ଟି ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଲୋକ ଙ୍କୁ ଆକ୍ରମଣ କରି ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ବନ ବିଭାଗ ର ଏଭଳି ଖାମଖିଆଲି ପାଇଁ ନିରୀହ ଲୋକଙ୍କ ଜୀବନ ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ମାଣିଆବନ୍ଧ ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସଞୟ ପ୍ରଧାନ

Leave a Reply

Your email address will not be published. Required fields are marked *