Pratidin TV

Odisha's Digital News Platform

ମଣିଷଠାରୁ ଅଧିକ ସ୍ମାର୍ଟ ହେବ AI, ଚାକିରିର ଆବଶ୍ୟକତା ରହିବ ନାହିଁ…

ଆଜି କାଲି ବିଜ୍ଞାନ ଅଗ୍ରଗତି ଫଳରେ ନୂତନ ଜ୍ଞାନ କୈାଶଳ ଦ୍ୱାରା ସାମସ୍ତ ଅସମ୍ଭବ କୁ ସମ୍ଭ କରି ହେଉଛି । ମାନବିକ କାର୍ଯ୍ୟକଳାପ ଗୁଡିକ ବୈଷୟିକ ପଦ୍ଧତିରେ ହୋଇପାରୁଛି । ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ୱାରା କେତେକ ଅସହଜ କାର୍ଯ୍ୟ ମଧ୍ୟ ସହଜ ହୋଇପାରୁଛି । ଅଫିସ କାର୍ଯ୍ୟଠାରୁ ଆରମ୍ଭ କରି ବିବାହ କାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ତୁଳାଇବାରେ ସକ୍ଷମ ହୋଇଛି ଏଆଇ । କିନ୍ତୁ ଭବିଷ୍ୱତରେ ଏଆଇ ବିପଦଜ୍ଜନକ ହୋଇପାରେ ବୋଲି ଚେତାବନି ଦେଇଛନ୍ତି ଏଲନ ମସ୍କ । ଗତ ୧ ଓ ୨ ତାରିଖରେ ବ୍ରିଟେନର ଦୁଇ ଦିନିଆ ଏଆଇ ସୁରକ୍ଷା ସମ୍ମିଳନୀର ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନିୟନ୍ତ୍ରଣକୁ ନେଇ ଆଲୋଚନା କରାଯାଇଥିଲା । ଏହାର ଏକ ଅଂଶ ଭାବରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସହ ଷ୍ଟେଜ୍‌ରେ ଆଲୋଚନା କରିଥିଲେ ଏଲନ ମସ୍କ । ବାର୍ତ୍ତାଳାପ ସମୟରେ ଏଲୋନ୍ ମସ୍କ ଏଆଇକୁ କଣ୍ଟ୍ରୋଲ କରିବା ପାଇଁ କହିଥିଲେ । ଏଆଇକୁ କଣ୍ଟ୍ରୋଲ କରିବା ସାମାନ୍ୟ କଷ୍ଟସାଧ୍ୟ ହୋଇପାରେ । କାରଣ କିଛି ଟେକନଲୋଜି କମ୍ପାନୀ ଗୁଡିକ ଏଥିରେ ଆରୋପ ଲଗାଇପାରନ୍ତି । କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ନିହାତି ଆଗଶ୍ୟକ ବୋଲି ମସ୍କ କହିଛନ୍ତି ।

ସୂଚନା ମୁତାବିକ ଏଆଇ ସମ୍ମିଳନୀରେ ଭାରତ ଓ ଚୀନ ସମେତ ପ୍ରାୟ ୨୮ଟି ଦେଶ ଆନ୍ତର୍ଜାତୀୟ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି । ଏଥିରେ ନାମୀଦାମୀ କମ୍ପାନୀ ଗୁଡିକ ମଧ୍ୟ ଭାଗ ନେଇଥିଲେ । ଆଉ ବୈାଠକରେ ଏଆଇ ଉପରେ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକ ଦେଶ ଚିନ୍ତା ପ୍ରକଟ କରିଥିଲା । ସେହିପରି ସୁନାକଙ୍କ ସହ ବାର୍ତ୍ତାଳାପରେ ମସ୍କ ଏଆଇକୁ “ଇତିହାସର ସବୁଠାରୁ ବ୍ୟାଘାତକାରୀ ଶକ୍ତି” ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଆମକୁ “ସ୍ମାର୍ଟ ମଣିଷଠାରୁ ଅଧିକ ସ୍ମାର୍ଟ” କିଛି ମିଳିବ । ଫଳସ୍ୱରୂପ, ମସ୍କ କହିଛନ୍ତି, “ଏପରି ଏକ ଘଟଣା ଆସିବ ଯେଉଁଠାରେ କୈାଣସି ଚାକିରିର ଆବଶ୍ୟକତା ରହିବ ନାହିଁ । ଯଦି ଆପଣ ଚାକିରି ଚାହୁଁଛନ୍ତି ତେବେ ଆପଣ ଚାକିରି ପାଇପାରିବେ ନାହିଁ ।” ଭବିଷ୍ୟତରେ ଗୋଟିଏ ଆହ୍ୱାନ ହେବ ଯେ ଆମେ କିପରି ଜୀବନର ଅର୍ଥ ପାଇବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *