Pratidin TV

Odisha's Digital News Platform

ଦୁନିଆର ସବୁଠୁ ଛୋଟ ଗାଈ…..ଦିଏ ସୁନା କ୍ଷୀର ଜାଣିଲେ ହେବେ ଆଶ୍ଚର୍ଯ୍ୟ

1 min read

ଦୁନିଆରର ସବୁଠାରୁ ଛୋଟ ଗାଈ | ଯିଏ ଦେଇଥାଏ ସ୍ଵର୍ଣ କ୍ଷୀର | ଏହି ପ୍ରଜାତିର ଗାଈକୁ ଗୃହପାଳିତ ପଶୁ ଭାବେ ଘରେ ଭିତରେ ରଖାଯାଇଥାଏ | ଏହି ଗାଈର ଉଚ୍ଚତା ପ୍ରାୟ ୩ ଫୁଟ | ଖାଲି ଯେ, ଉଚ୍ଚତାରେ ଛୋଟ କେବଳ ନୁହେଁ , ବରଂ ଏହାର କ୍ଷୀରରେ ମଧ୍ୟ ରହିଛି ଔଷଧୀୟ ଗୁଣ | ଏହି ଗାଈର କ୍ଷୀରକୁ ସ୍ଵର୍ଣ କ୍ଷୀର ବୋଲି କୁହାଯାଏ | ଏହି ଗାଈ ସାଧାରଣତଃ ଆନ୍ଧ୍ରପ୍ରଦେଶର ଚି଼ତ୍ତୋର ଜିଲ୍ଲାରେ ଦେଖିବାକୁ ମିଳିଥାଏ | ଏହି ଗାଈ ଅଧିକ ମାତ୍ରାରେ ପୁଙ୍ଗନୁର ସହରରେ ଦେଖା ଯାଇଥାଏ | ତେଣୁ ଏହି ଗାଈର ନାଁ ପୁଙ୍ଗନୁର ବୋଲି ରଖାଯାଇଛି | ଏହା ପଛରେ ମଧ୍ୟ ରହିଛି ରହସ୍ୟ |

ବର୍ତ୍ତମାନ ପୁଙ୍ଗନୁର ଗାଈର ଚାହିଦା ବୃଦ୍ଧି ପାଇବାରେ ଲାଗିଛି | ଏଥିଯୋଗୁଁ ଦେଶରେ ଉତ୍ତର ଓ ମଧ୍ୟ ଭାଗରେ ଏହି ଗାଈକୁ ଦେଖିବାକୁ ମିଳିଲାନି | ପୁଙ୍ଗନୁର ଗାଈ ପାଳନ କଲେ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଶୁଭ ବୋଲି ମାନିଥାନ୍ତି ଲୋକେ | ପ୍ରସୀଦ ତିରୁପତି ବାଲାଜୀ ମନ୍ଦିରରେ ମଧ୍ୟ ଏହି ଗାଈର କ୍ଷୀର କରାଯାଇଥାଏ ଅର୍ପଣ | ଗାଈର ଆକାର ଏତେ ଛୋଟ ଯେ ସେ ଘର ସବୁ ସ୍ଥାନରେ ରହିପାରିବେ | ଏହି ଗାଈର କ୍ଷୀର ସ୍ୱାସ୍ଥ୍ୟ ପାଖେ ବେଶ ହିତକାରକ | ଏହି କ୍ଷୀର ପାଖାପାଖି ୮ ପ୍ରତିଶତ ଫ୍ୟାଟ୍ସ ରହିଥାଏ | ଯେତେବେଳେ କି ଅନ୍ୟ ପ୍ରଜାତିର ଗାଈର କ୍ଷୀରରେ ଏହାର ପରିମାଣ ୩ ରୁ 4 ପ୍ରତିଶତ ରହିଥାଏ | ଏବଂ କେବଳ କ୍ଷୀର ନୁହେଁ | ଏହି ଗାଈର ମୂତ୍ରରେ ଆଣ୍ଟି ବ୍ୟକ୍ଟେରିଆଲ କ୍ଷମତା ରହିଥାଏ | ଏହାକୁ ଚାଷୀମାନେ ଖେତରେ ବ୍ୟବହାର କରିଥାନ୍ତି | ଫଳରେ ଏହା ଏକ ପ୍ରକାର କୀଟନାଶକ ଭାବେ କାର୍ଯ୍ୟକାରୀ କରିଥାଏ |

Advertisement

Leave a Reply

Your email address will not be published. Required fields are marked *